ଏପିଜେ ଅବଦୁଲ୍ କଲାମଙ୍କୁ ଶ୍ରଦ୍ଧ‌ାଞ୍ଜଳି ଜଣାଇବା ପାଇଁ ତିଆରି ହେଲା ୨,୦୨୦କିଲୋର କେକ୍

ଏସିଆ ବୁକ୍ ଅଫ୍ ରେକର୍ଡରେ ସାମିଲ ହେଲା ନାଁ

ଚେନ୍ନାଇ: ରବିବାର ଦିବଂଗତ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କୁ ଏକ ଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ୩୦ଟି ବେକରୀର ବିଶେଷଜ୍ଞମାନେ ମିଶି କଲାମଙ୍କ ଫଟୋ ଥିବା କେକ୍ ତିଆରି କରିଥିଲେ, ଯାହାର ଓଜନ ୨,୦୨୦କିଲୋ ଥିବା ବେଳେ ଏବେ କେ‌କକୁ ଏସିଆ ବୁକ୍ ଅଫ୍ ରେକର୍ଡରେ ସାମିଲ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ରେ ଭାରତକୁ ସୁପରପାୱାର କରିବା ନେଇ ସ୍ବପ୍ନ ଦେଖିଥିଲେ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ। ତାଙ୍କର ସେହି ସ୍ବପ୍ନକୁ ସାକାର କରିବା ପାଇଁ କଟ୍ଟୁପକ୍କମରେ ଏକ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏପିଜେ ଅବଦୁଲ୍ କଲାମଙ୍କର ଭଣଜା ଏପିଜେ ଶେଖ୍ ସଲିମ୍ ଉପସ୍ଥିତ ରହିଥିବା ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ପ୍ରଥମ ଥର ପାଇଁ ଏସିଆରେ ଏତେ ବଡ଼ କେକ୍ ପ୍ରସ୍ତୁତ ହୋଇଥିବା ବେଳେ କେକ୍ ୱାର୍ଲଡର ନିର୍ଦ୍ଦେଶକ ଲରେନ୍ସଙ୍କ ପରିଯୋଜନାରେ କେକଟି ପ୍ରସ୍ତୁତ କରାଯାଇଥିଲା।

Image result for apj abdul kalam
The Economic Times

କେକ୍ ପ୍ରସ୍ତୁତ କରିବା ପାଇଁ ୫୦୦କିଲୋ ଅଟା, ୬୫୦କିଲୋ ଚିନି ଏବଂ୧୬,୦୦୦ଅଣ୍ଡା ବ୍ୟବହାର କରାଯାଇଥିଲା। ସବୁକୁ ମିଶାଯାଇ ୨,୦୨୦କିଲୋର କେକ୍ ପ୍ରସ୍ତୁତ କରାଯାଇଥିଲା। ପୂର୍ବରୁ ଏ‌ତେ ବଡ଼ କେକ୍ ପ୍ରସ୍ତୁତ ହୋଇ ନଥିବାରୁ ଏବେ ଏହାକୁ ଏସିଆ ବୁକ୍ ଅଫ୍ ରେକର୍ଡରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର