ଅରୁଣାଚଳ ପ୍ରଦେଶରେ ସିରିଜ୍ ଭୂମିକମ୍ପ, ୨୪ ଘଣ୍ଟାରେ ଅନୁଭୂତ ହେଲା ୪ ଥର

ପୂର୍ବ କାମେଙ୍ଗ: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗରେ ଆଜି (ଶନିବାର) ଭୋର ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୫ ଥିଲା ବୋଲି କୁହାଯାଇଛି । ଗତ ୨୪ ଘଣ୍ଟା ଭିତରେ ଏହା ହେଉଛି ଚତୁର୍ଥ ଭୂମିକମ୍ପ । ତେବେ  ମିଳିଥିବା ସୂଚନା  ଅନୁସାରେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ଅଥବା ଧନଜୀବନ ହାନି ଘଟି ନାହିଁ । ପଶ୍ଚିମ କାମେଙ୍ଗ ଜିଲ୍ଲାର ବୋମଡିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି ।

photo-oneindia

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଭୋର ୪ଟା ୨୪ ମିନିଟରେ ଭୂପୃଷ୍ଠର ୧୦ କିଲୋମିଟର ଗଭୀରରେ କମ୍ପନ ସୃଷ୍ଟି ହୋଇଥିଲା । ଏହା ଫଳରେ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ହୋଇଥିବା ବେଳେ ଚୀନ ଓ ଆସାମରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଛି । ଚୀନ ଓ ଆସାମର କିଛି ଅଞ୍ଚଳରେ ବି ଏହାର ପ୍ରଭାବ ପରିଲକ୍ଷିତ ହୋଇଥିବା କୁହାଯାଉଛି । ଆଜି ଭଳି ସମାନ ସ୍ଥାନରେ ଶୁକ୍ରବାର ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଗତକାଲି  ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ଯଥାକ୍ରମେ  ୫.୬, ୩.୮ ଏବଂ ୪.୯ ଥିଲା।

 

ସମ୍ବନ୍ଧିତ ଖବର