ଜାଣନ୍ତି , ଦେଶର କେତେ ପ୍ରତିଶତ ମହିଳା ମାସିକ  ଧର୍ମ  ସମୟରେ କପଡାର  ବ୍ୟବହାର    କରନ୍ତି !

ମାସିକ ଧର୍ମ  ବା ପିରିଅଡ୍‌  ସମୟରେ  ଆଜିକାର ଆଧୁନିକ ମହିଳାମାନେ   ସାଧାରଣତଃ  ପ୍ୟାଡ  ବ୍ୟବହାର  କରୁଛନ୍ତି ।   ହେଲେ  ଆପଣ କ’ଣ   ଜାଣନ୍ତି କି   ଦେଶର  ଏକ  ବଡ଼ ଅଂଶ  ମହିଳା   ଆଜି ବି   କପଡାର  ପ୍ରୟୋଗ   କରୁଛନ୍ତି  ।  ନେସନାଲ୍‌   ଫ୍ୟାମିଲ୍‌   ହେଲ୍‌ଥ   ସର୍ଭେ  ଅନୁଯାୟୀ  ଦେଶର  ୧୫ ରୁ  ୨୪ ବର୍ଷୀୟା   ଯୁବତୀଙ୍କ ମଧ୍ୟରୁ   ପ୍ରାୟ  ୬୨ ପ୍ରତିଶତ  କପଡାର  ବ୍ୟବହାର   କରନ୍ତି ।

ଏହି ରିପୋର୍ଟ ଅନୁଯାୟୀ   ୨୦୧୫-୧୬ରେ  କେବଳ  ବିହାରର  ୮୨ ପ୍ରତିଶତ   ଯୁବତୀ  ପିରିଅଡ୍‌ସ  ସମୟରେ  ସୁରକ୍ଷା  ଲାଗି  କପଡା  ବ୍ୟବହାର  କରୁଥିଲେ  ।   ଠିକ୍‌    ସେହିପରି    ଛତିଶଗଡ ଓ ଉତ୍ତର ପ୍ରଦେଶରେ   ଏଭଳି  ମହିଳାଙ୍କ  ହାରା  ଥିଲା  ୮୧  ପ୍ରତିଶତ ।    ଏହି   ସର୍ଭେକ୍ଷଣରେ  ଜାଣିବାକୁ  ଚେଷ୍ଟା  କରାଯାଇଥିଲା  ଯେ  ଦେଶରେ  କେତେ ପ୍ରତିଶତ  ମହିଳା ମାସିକ  ଧର୍ମ  ବେଳେ  ସ୍ୱାସ୍ଥ୍ୟପ୍ରଦ  ଉପରେ  ଅବଲମ୍ବନ  କରୁଛନ୍ତି  ।

photo-navbharattimes

ଏହି  ସର୍ଭେରୁ  ଜଣାଗଲା ଯେ  ୧୯ ପ୍ରତିଶତ  ଯୁବତୀ   ଆଞ୍ଚଳିକ  ସ୍ତରରେ  ପ୍ରସ୍ତୁତ  ହେଉଥିବା   ପ୍ୟାଡସ  ବ୍ୟବହାର  କରୁଛନ୍ତି ।  ଏଥିରେ  ଆହୁରି  ଏକ  କଥା  ମଧ୍ୟ  ସ୍ପଷ୍ଟ  ହୋଇଛି ଯେ  ସହରରେ   ବସବାସ  କରୁଥିବା  ୭୮   ପ୍ରତିଶତ  ଯୁବତୀ    ସାନିଟାରି   ନାପ୍‌କିନ୍‌ର  ବ୍ୟବହାର  କରନ୍ତି,  କିନ୍ତୁ  ଗ୍ରାମୀଣ  ଅଞ୍ଚଳରେ  ମାତ୍ର ୪୮ ପ୍ରତିଶତ  ମହିଳା  ସାନିଟାରି  ନାପ୍‌କିନ୍‌ର ପ୍ରୟୋଗ  କରନ୍ତି ।  ଏହାର  କାରଣ  ହେଲା  ଅନଗ୍ରସରତା  ଓ ଆର୍ଥିକ   ଦୁଃସ୍ଥିତି ।

ଯେଉଁ  ମହିଳାମାନେ  ଯୁକ୍ତ  ଦୁଇ ବା  ତା’ଠୁଁ  ଅଧିକ   ଶିକ୍ଷା ପ୍ରାପ୍ତ   କରିଛନ୍ତି,  ସେମାନେ  ଅଧିକ   ସ୍ୱାସ୍ଥ୍ୟପ୍ରଦ   ପ୍ୟାଡ  ଉପରେ  ନିର୍ଭରଶୀଳ ।  ମିଜୋରାମରେ  ସର୍ବାଧିକ   ୯୩ ପ୍ରତିଶତ  ମହିଳା  ସ୍ୱାସ୍ଥ୍ୟପ୍ରଦ   ଉପାୟ ଅବଲମ୍ବନ  କରିଥାଆନ୍ତି,  ଯାହା ଦେଶର  ସର୍ବୋଚ୍ଚ।   ବିଶେଷଜ୍ଞଙ୍କ  ମତ ଅନୁଯାୟୀ   ମାସିକ ଧର୍ମ   ସମୟରେ   କପଡ଼ାର   ବ୍ୟବହାର  ହେତୁ  ମହିଳାଙ୍କୁ  ପ୍ରଜନନ   ସଂପର୍କୀତ  ସଂକ୍ରମଣର  ଶିକାର  ହେବାକୁ  ପଡ଼ିଥାଏ ।

 

ସମ୍ବନ୍ଧିତ ଖବର