ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ତାଲିକାରେ ଓଡ଼ିଆ ନାହିଁ

'ଅନ୍ଧାଧୁନ'କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ, ଆୟୁଷ୍ମାନ ଖୁରାନା ଓ ଭିକ୍କୀ କୌଶଳ ଶ୍ରେଷ୍ଠ ଅଭିନେତା, କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି | ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବରେ ‘ଅନ୍ଧାଧୁନ’ ଚୟନ ହୋଇଥିବା ବେଳେ ଉତ୍ତରାଖଣ୍ଡକୁ ସର୍ବୋତ୍କୃଷ୍ଟ ଫିଲ୍ମ ରାଜ୍ୟ ଭାବେ ଚୟନ କରାଯାଇଛି | ତେବେ ୧୫ଟି  ଆଂଚଳିକ ଭାଷାର ଫିଲ୍ମକୁ ପୁରସ୍କାର ମିଳିଥିବା ବେଳେ କୌଣସି ଓଡ଼ିଆ ଫିଲ୍ମ ସ୍ଥାନ ନ ପାଇବା ଓଡ଼ିଆ ସିନେପ୍ରେମୀଙ୍କୁ ନିରାଶ କରିଛି |

ନିମ୍ନରେ ଜାଣନ୍ତୁ କେଉଁସବୁ ଫିଲ୍ମ ଓ କଳାକାର ପୁରସ୍କାର ପାଇଲେ |
ଶ୍ରେଷ୍ଠ ରାଜସ୍ଥାନୀ ଫିଲ୍ମ: ଟର୍ଟଲ
ଶ୍ରେଷ୍ଠ ତାମିଲ ଫିଲ୍ମ: ବରମ
ଶ୍ରେଷ୍ଠ ଉର୍ଦ୍ଦୁ ଫିଲ୍ମ: ହମିଦ
ଶ୍ରେଷ୍ଠ ବଙ୍ଗଳା ଫିଲ୍ମ: ଏକ ଯେ ଛିଲୋ ରାଜା
ଶ୍ରେଷ୍ଠ ମାଲାୟାଲାମ ଫିଲ୍ମ: ସୁଦାନୀ ଫ୍ରମ ନାଇଜେରିଆ
ଶ୍ରେଷ୍ଠ ତେଲୁଗୁ ଫିଲ୍ମ: ମହାନତି
ଶ୍ରେଷ୍ଠ କନ୍ନଡ଼ ଫିଲ୍ମ: ନଥିଚାରାମି
ଶ୍ରେଷ୍ଠ କୋଙ୍କଣୀ ଫିଲ୍ମ: ଆମୋରୀ
ଶ୍ରେଷ୍ଠ ଅସମୀୟା ଫିଲ୍ମ: ବୁଲୁବୁଲ କ୍ୟାନ ସିଙ୍ଗ
ଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ: ହରଜିତା
ଶ୍ରେଷ୍ଠ ଗୁଜୁରାଟୀ ଫିଲ୍ମ: ରେବା
ଶ୍ରେଷ୍ଠ ଅଭିନେତା: ଆୟୁଷ୍ମାନ ଖୁରାନା ଓ ଭିକ୍କୀ କୌଶଳ
ଶ୍ରେଷ୍ଠ ଅଭିନେତ୍ରୀ:କୀର୍ତ୍ତି ସୁରେଶ

addatoday.com

ସେହିପରି ଶ୍ରେଷ୍ଠ କୋରିଓଗ୍ରାଫି ଓ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ‘ପଦ୍ମାବତ’କୁ ପୁରସ୍କାର ପାଇଁ ଚୟନ କରାଯାଇଥିବା ବେଳେ ପ୍ରଛଦପଟ୍ଟ ସଙ୍ଗୀତ ପାଇଁ ‘ଉରୀ’କୁ ଚୟନ କରାଯାଇଛି  | ଅରିଜିତ ସିଂଙ୍କୁ ଶ୍ରେଷ୍ଠ ଗାୟକ ଭାବେ ଚୟନ କରାଯାଇଛି  |

ସମ୍ବନ୍ଧିତ ଖବର