ଆଜି ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଧର୍ମଘଟ

ଭୁବନେଶ୍ୱର : ଗୁରୁବାର ସାରା ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ। ଏକାଧିକ ଅଟୋ ଚାଳକ ସଂଘ ପକ୍ଷରୁ ଆଜି ଏ ନେଇ ସୂଚନା ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି କି, ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ନାଁରେ ଅଟୋ ଚାଳନାକୁ ନିଷେଧ କରି ରାଜ୍ୟ ସରକାର ଦେଢ଼ ଲକ୍ଷ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଜୀବିକା ଧ୍ୱଂସ କରିବାକୁ ବସିଛନ୍ତି। ସେହିପରି ୨ଶହଟି ବସ୍‌ ରାଜ୍ୟ ବାହାରୁ ଆଣି ଏଠାରେ ଚଳାଇବା ଓ ଭୁବନେଶ୍ୱରରେ ସାଇକେଲ ଭଡ଼ା ଯୋଗାଇ ଦେବା ଯୋଜନା ଏବେ ଅଟୋ ଓ ଟ୍ୟାକ୍ସ ଚାଳକଙ୍କ ପାଇଁ ବୁମେରାଂ ହେବାକୁ ଯାଉଛି। ସଂଘ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଦେଶୀ କମ୍ପାନି ପ୍ରୀତିକୁ ସଂଘ ବିରୋଧ କରିବା ସହ ଅନ୍‌ଲାଇନ୍‌ ସେବାକୁ ମଧ୍ୟ ବିରୋଧ କରୁଛି। ଏଥିପାଇଁ ସଂଘ ପକ୍ଷରୁ ଗୁରୁବାର ସାରା ରାଜ୍ୟରେ ଆନ୍ଦୋଳନ କରାଯିବ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ର‍୍ୟାଲି ବାହାରି ଲୋୟରପିଏମ୍‌ଜି ଯାଏ ଆସିବ। ସେଠାରେ ଏକ ସଭା ଅନୁଷ୍ଠିତ କରାଯାଇ ଦାବିପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର