ମନେପଡ଼ିଲା ପୁରୁଣା ଆଲବମ୍: ବାଟରେ ଚାଲୁ ଚାଲୁ ଗାଇ ଛେନାପୋଡ଼ ଖାଇବା କଥା ବଖାଣିଲେ ବାବୁଲ୍ ସୁପ୍ରିୟୋ

ବ୍ରହ୍ମପୁର: ମନେପଡ଼ିଲା ନିଜର ପ୍ରିୟ ଓଡ଼ିଆ ଗୀତ ବାଟରେ ଚାଲୁ ଚାଲୁ କେବେ କିଏ ଦେଖାହୁଏ, ଆଉ କର୍ମୀଙ୍କ ଅନୁରୋଧରେ ଆଜି ମଞ୍ଚରେ ଏହି ଲୋକପ୍ରିୟ ଓଡ଼ିଆ ଗୀତକୁ ଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ | ନାଗରିକତା ସଂଶୋଧନ ଅଧିନିୟମ ସପକ୍ଷରେ ଆଜି ବ୍ରହ୍ମପୁରଠାରେ ବିଜେପି ପକ୍ଷରୁ ବିଶାଳ ଜନ ଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା | ଆଉ ଏଥିରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଯୋଗ ଦେଇଥିଲେ | ନିଜର ଭାଷଣ ପୂର୍ବରୁ ସମବେତ କର୍ମୀଙ୍କୁ ବାବୁଲ ମୁଁ ତୁମକୁ ଭଲ ପାଏ ବୋଲି କହିବା ସହ ସ୍ଥାନୀୟ ନେତୃବୃନ୍ଦ ଓଡ଼ିଶା ବାଟରେ ଚାଲୁ ଚାଲୁ ମିଳିଛନ୍ତି ବୋଲି କହିଥିଲେ | ସେହିପରି ଓଡ଼ିଶାର ଛେନାପୋଡ଼ ତାଙ୍କୁ ବହୁତ ପସନ୍ଦ ବୋଲି କହିବା ସହ ବିରୋଧୀ ଦଳ ଛେନାପୋଡ଼ ଖାଉନଥିବାରୁ ବୁଦ୍ଧି ଆସୁନାହିଁ ବୋଲି କଟାକ୍ଷ କରିଥିଲେ | ନାଗରିକତା ସଂଶୋଧନ ଅଧିନିୟମ, ୨୦୧୯ କୁ ଓଡିଶାର ଜନସାଧାରଣ ଯେଉଁଭଳି ଭାବେ ସମର୍ଥନ କରୁଛନ୍ତି ଆଜି ବ୍ରହ୍ମପୁରର ଏହି ବିଶାଳ ଜନ ଜାଗରଣ ପଦଯାତ୍ରା ଏହାର ଉଦାହରଣ ବୋଲି ବାବୁଲ ଶେଷରେ କହିଥିଲେ | ଶେଷରେ ବାବୁଲଙ୍କୁ ଉପସ୍ଥିତ କର୍ମୀମାନେ ଗୀତଟିଏ ଗାଇବାକୁ ଅନୁରୋଧ କରିବାରୁ ବାବୁଲ ବାଟରେ ଚାଲୁ ଚାଲୁ ଗୀତଟି ଗାଇଥିଲେ |


ଏଠାରେ ସୂଚନା ଥାଉ କି ଓଡ଼ିଶାର ଯୁବପିଢ଼ି ବାବୁଲଙ୍କୁ କେନ୍ଦ୍ର ମନ୍ତ୍ରୀ ଭାବେ ଯେତିକି ଜାଣିନାହାନ୍ତି ଆଉ ଏକ ରୂପରେ ଜାଣନ୍ତି । କାରଣ ବାବୁଲ ଅନେକ ଓଡ଼ିଆ ରୋମାଣ୍ଟିକ ଗୀତ ଗାଇଛନ୍ତି, ଯାହାକି ଓଡ଼ିଶାର ତମାମ ପ୍ରେମିକପ୍ରେମିକାଙ୍କ ମନରେ ଘର କରିଛି | କେବଳ ତାଙ୍କ ଗୀତ ହୃଦୟକୁ ଛୁଇଁନି ବରଂ ଗୁଣୁଗୁଣେଇଛନ୍ତି ଅନେକ ପ୍ରେମପକ୍ଷୀ | ପ୍ରେମିକାର ପ୍ରତାରଣାରେ ସେ ପ୍ରାୟ ଗୀତ ଓଡ଼ିଆ ଶ୍ରୋତାଙ୍କୁ ଭେଟିଦେଇଛନ୍ତି। ବାହାହେଉଛି ପ୍ରେମିକା।| ସେମାନଙ୍କ ପ୍ରେମର ସନ୍ତକ ଥିବା ଚିଠିକୁ ଚିରିଦେବାକୁ ଗୀତରେ କହିବା ହେଉ କି ଏହି ମୋର ଶେଷ ଗୀତ ତୁମ ପାଇଁ ଗାଉଛି ଅନେକ ପ୍ରେମିକଙ୍କୁ ଲୁହରେ ଭିଜାଇଛି। ଠିକ ସେହିପରି ପିଲାଦିନର ସାଥି ମିଳିଛି,ସେଦିନର ବାଳିକାବଧୂକୁ ଏବେ ନିଜର କରିବାକୁ ପ୍ରେମିକର ଭାବନାକୁ ବି ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି | କେତେବେଳେ ସଜନୀ କୁ ଖୋଜିଛନ୍ତି ତ କେବେ ପୁଣି ଚୁମକି ମନେ ପଡିଛି।

NDTV.com

ଓଡ଼ିଆ ଶବ୍ଦକୁ ଅତି ନିଖୁଣ ଭାବେ ଉପସ୍ଥାପନା କରିଛନ୍ତି ଏହି କଣ୍ଠଶିଳ୍ପୀ। ହଳଦୀବସନ୍ତର ହଳଦୀ ରଙ୍ଗରେ କେତେ ପ୍ରେମିକା ନିଜକୁ ସଜେଇଛନ୍ତି କେତେ ପୁଣି ସୁନା ମଇନା ରୂପା ଆଇନା ଆଗରେ ନିଜକୁ ସଜାଇଛନ୍ତି। ବାଳିକା ବଧୂ,ନଦୀରେ ନଦୀ ତୁଠ ତୋର କିଏ କଲା ଏତେ ହଳଦୀ,ଏହି ମୋର ଶେଷ ଗୀତ ତୁମ ପାଇଁ ଗାଉଛି,ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ,ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି,ହଳଦିବସନ୍ତ ଚଢେଇ ତୁ ଆଲୋ ହଳଦୀ ମୁହିଁ, ରୁପା ବଗିଚାରେ ତୁ ସୁନାର ଫୁଲ ପ୍ରମୁଖ ଗାଇଛନ୍ତି | ୯୦ ଦଶକରୁ ଆରମ୍ଭ ହୋଇଥିବା ବାବୁଲଙ୍କ ଗୀତ ଏବେ ବି ଯୁବପିଢ଼ିଙ୍କୁ ଢେର ସ୍ମୃତି ଦେଇଛି।

ସମ୍ବନ୍ଧିତ ଖବର