ନିଜକୁ ସବୁଠୁ ବଡ଼ ସର୍ବେକ୍ଷକ ଦାବି କଲେ ଶିବରାଜ

ମଧ୍ୟପ୍ରଦେଶରେ ବିଜେପି ହିଁ ରହିବ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜକୁ ସବୁଠୁ ବଡ଼ ସର୍ବେକ୍ଷକ ବୋଲି ଦାବି କରିଛନ୍ତି। ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଗତକାଲି ଆସିଥିବା ଏକ୍‌ଜିଟ୍‌ ପୋଲ୍‌କୁ ସେ ବିଶ୍ବାସ କରିନାହାନ୍ତି। ଚୌହାନ କହିଛନ୍ତି ଯେ ମଧ୍ୟପ୍ରଦେଶରେ ସେ ହେଉଛନ୍ତି ସବୁଠୁ ବଡ଼ ସର୍ବେକ୍ଷକ। ଲୋକଙ୍କ ଗହଣରେ ସେ ସବୁଠୁ ଅଧିକ ସମୟ ରହିଛନ୍ତି। ଚଳିତ ନିର୍ବାଚନରେ ଦଳ ଅତି ଆରାମ୍‌ରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ପୁଣିଥରେ କ୍ଷମତାରେ ରହିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଚୌହାନ୍‌ ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି। ହାରାହାରି ୯ଟି ଏକ୍‌ଜି୍‌ ପୋଲ୍‌ରୁ ଜଣାପଡ଼ିଛି ‌ଯେ ବିଜେପି ରାଜ୍ୟରେ ୧୧୦ ଆସନ ଅକ୍ତିଆର କରିବ ଏବଂ କଂଗ୍ରେସ ୧୦୯ଟି ଆସନ ଅକ୍ତିଆର କରିବ।

ସମ୍ବନ୍ଧିତ ଖବର