ନେଗେଟିଭ୍ ରୋଲରେ ନଜର ଆସିଛନ୍ତି ଓଲିଉଡର ଏହି ଲୋକପ୍ରିୟ ନାୟକ

ଭୁବନେଶ୍ୱର : ବୁଦ୍ଧାଦିତ୍ୟ ମହାନ୍ତି ଓଲିଉଡର ଲୋକପ୍ରିୟ ନାୟକମାନଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଆଇ ଲଭ ମାଇଁ ଇଣ୍ଡିଆ’ । ଏହାପରେ ସେ ଲୋଫର୍‌, ତୁ ଥିଲେ ମୋ’ ଡର କାହାକୁୂ, ନନ୍ଦିନୀ ଆଇ ଲଭ୍‌ ୟୁ, ପ୍ରେମରୋଗୀ, ସଙ୍ଗମ, ଓମ୍‌ସାଇରାମ୍‌ ,‘ ଜଗା ହାତରେ ପଘା’ ଓ ବାଏ ବାଏ ଦୁବାଇ ଆଦି ଓଡ଼ିଆ ଛବିରେ ଅଭିନୟ କରିଛନ୍ତି ।

ବୁଦ୍ଧାଦିତ୍ୟ ଉପରୋକ୍ତ ଛବି ମଧ୍ୟରୁ ମାତ୍ର ଦୁଇଟିରେ ନେଗେଟିଭ୍‌ ରୋଲ୍‌ କରିଛନ୍ତି । ପ୍ରଥମେ ତାଙ୍କୁ ନକାରତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା ‘ସଙ୍ଗମ’ ରେ । ଏହି ମଲ୍‌ଟି ଷ୍ଟାରର ଫିଲ୍ମରେ ସିଦ୍ଧାନ୍ତ, ଅନୁ ଚୌଧୁରୀ, ଆକାଶ, ଜ୍ୟୋତି ପାଣି, ବିଜୟ ମହାନ୍ତି, ଅନୀତା ଦାସ ଓ ମିହିର ଦାସ ମଧ୍ୟ ଅଭିନୟ କରିଥିଲେ ।

ତେବେ ତରଙ୍ଗ ସିନେ ପ୍ରଡକ୍ସନର ‘ଜଗା ହାତରେ ପଘା’ରେ ତାଙ୍କୁ ଜଣେ ଦମ୍‌ଦାର ଖଳନାୟକ ଭୂମିକା ଦେଇଥିଲେ ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣା । ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ଥିଲା ବିକ୍ରମ । ଏଥିରେ ତାଙ୍କର ସଂଳାପ ଓ ଅଭିନୟ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା । ‘ଜଗା ହାତରେ ପଘା’ରେ ଅନୁଭବ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ଏଥିରେ ଅନ୍ୟାନ୍ୟ ଚରିତ୍ରରେ ନଜର ଆସିଥିଲେ ଏଲିନା, ଝିଲିକ୍‌, ଅଜିତ ଦାସ, ମହାଶ୍ୱେତା, ଅସିତ ପତି ଏବଂ ମୀନକେତନ ପ୍ରମୁଖ ନାମୀ କଳାକାର । ସେ ନନ୍ଦିନୀ ଆଇ ଲଭ୍‌ ୟୁ ସିନେମାରେ ଆଣ୍ଟି ହିରୋ ବନିଥିଲେ ।

ସମ୍ବନ୍ଧିତ ଖବର