ଥଣ୍ଡାରୁ ରକ୍ଷା ପାଇବା ଲାଗି ଖାଆନ୍ତୁ ଏସବୁ

ସମଗ୍ର ଦେଶରେ ଶୀତ ଲହରି ଜାରି ରହିଛି। ସମସ୍ତେ ଚାହୁଁଛନ୍ତି କେମିତି ଦେହକୁ ଗରମ ରଖିବେ। ଥଣ୍ଡାରୁ ରକ୍ଷା ପାଇବା ଲାଗି ନିମ୍ନୋକ୍ତ ଖାଦ୍ୟ ସେବନ କରନ୍ତୁ:-
୧-ଓଟମିଲ୍‌ :- କେତେକ ଲୋକଙ୍କର ଓଟମିଲ୍‌ ଖାଇବା ଭାରି ପସନ୍ଦ।ଏଣୁ ଶୀତଦିନେ ଏହାକୁ ଖାଇଲେ ଶରୀରକୁ ଶକ୍ତି ମିଳିଥାଏ ଏବଂ ଦେହ ଗରମ ବି ରୁହେ।
୨-ପିଆଜ:-ଯଦି ଥଣ୍ଡାରୁ ରକ୍ଷା ପାଇବାକୁ ଚାହାଁନ୍ତି,ତେବେ କଞ୍ଚା ପିଆଜ ଖାଆନ୍ତୁ, ନତୁବା ପିଆଜର ସୁପ୍‌ ପିଅନ୍ତୁ।
୩ -ରସୁଣ :-ଅଧିକ କୋଲେଷ୍ଟ୍ରଲ୍‌ ଥିବା ଲୋକଙ୍କୁ ଚିକିତ୍ସକମାନେ ରସୁଣ ଖାଇବାର ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଆଉ ଏକ ଲାଭ ହେଲା ଯେ ଶୀତ ଋତୁରେ ରସୁଣ ଖାଇଲେ ଦେହ ଗରମ ରୁହେ।
୪-ଅଦା :-ଯଦି କଞ୍ଚା ଅଦାକୁ ଲୁଣ ଲଗାଇ ଖାଇବେ,ତେବେ ରକ୍ଷା ପାଇ ହେବ।
୫-ବ୍ରାଉନ୍‌ ରାଇସ୍‌ :- ବ୍ରାଉନ୍‌ ରାଇସ୍‌ ଏକ ପ୍ରକାରର ଜଟିଳ କାର୍ବୋହାଇଡ୍ରେଟ୍‌,ଯାହା ଖାଇଲେ ଥଣ୍ଡାରୁ ମୁକ୍ତି ମିଳିଥାଏ।

photo-purch.com

୬-ପାଚିଲା କଦଳୀ :- ଶୀତ ଋତୁରେ ପାଚିଲା କଦଳୀ ସେବନ କଲେ,ଆପଣ ଥଣ୍ଡାରୁ ରକ୍ଷା ପାଇବେ। କଦଳୀରେ ଭିଟାମିନ୍‌ ବି ଓ ମାଗ୍ନେସିଅମ୍‌ ଅଧିକ ମାତ୍ରାରେ ରହିଛି।
୭-ନଡ଼ିଆର ତେଲ :- ଖାଦ୍ୟରେ ନଡ଼ିଆ ତେଲରେ ପ୍ରୟୋଗ କରିଲେ,ଥଣ୍ଡା ଦୂର କରିବାରେ ଏହା ଆପଣଙ୍କର ସହାୟକ ହେବ।
୮-ମହୁ :-ଶୀତ ଦିନେ ସର୍ଦ୍ଦି କାଶ ହେଲେ ସାଧାରଣତଃ ତୁଳସୀ ପତ୍ର ସହ ମହୁ ଖାଇବାକୁ ଦିଆଯାଇଥାଏ। କିନ୍ତୁ ଖାଲିପେଟରେ ମହୁ ଚାମଚେ ସେବନ କରିଲେ ଥଣ୍ଡା ଦାଉରୁ ରକ୍ଷା ପାଇପାରିବେ।

photo-panaceafoods.com

୯- ବାଦାମ:- ବାଦାମ ସ୍ମରଣ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ,ଏକଥା ତ ସମସ୍ତଙ୍କୁ ଜଣା;ହେଲେ ଶୀତ ଋତୁରେ ବାଦାମ ଖାଇଲେ ଥଣ୍ଡାରୁ ରକ୍ଷା ପାଇପାରିବେ।

ସମ୍ବନ୍ଧିତ ଖବର