ଏହିସବୁ ସିନେମାରେ ଖଳନାୟକ ସାଜିଥିଲେ ଦେବୁ ବୋଷ

0 550

ଓଲିଉଡର ଲୋକପ୍ରିୟ ଚରିତ୍ର ଅଭିନେତା ଦେବୁ ବୋଷ ତାଙ୍କ ଦୀର୍ଘ ୩୮ ବର୍ଷର କ୍ୟାରିଅରରେ ୧୨୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିଥିଲେ। ହେଲେ ସେଥିମଧ୍ୟରୁ କେତେକ ସିନେମାରେ ଖଳନାୟକ ଭୂମିକା ବି ନିଭାଇଥିଲେ । ଆସନ୍ତୁ ଜାଣିବା ସେହି ବିଷୟରେ…

ଏଇତ ଦୁନିଆଁ: ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ସିନେମା ‘ଏଇତ ଦୁନିଆଁ’ରେ ଦେବୁ ବୋଷଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା।
ଏହି ସିନେମାରେ ଦେବୁ ବୋଷ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୂମିକାରେ ନଜର ଆସିଥିଲେ,ଯାହାଙ୍କ ଚକ୍ରାନ୍ତର ଶିକାର ହୋଇ ଜଣେ ଛାତ୍ରବତ୍ସଳ ଶିକ୍ଷକ (ମହମ୍ମଦ ମହସୀନ୍‌) ଆତ୍ମହତ୍ୟା କରିଥିଲେ। ଏହି ଫିଲ୍ମରେ ବି ଦେବୁ ଦା’ଙ୍କ ଅଭିନୟ ଚିତ୍ତାକର୍ଷକ ଥିଲା।
ତପସ୍ୟା: ବିଶ୍ୱନାଥ ମିଶ୍ରଙ୍କ ପ୍ରଯୋଜିତ ତଥା ନଗେନ୍‌ ରାୟଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ସିନେମା ‘ତପସ୍ୟା’ରୁ ଅଭିନେତା ଭାବେ ସିନେମାରେ ପ୍ରବେଶ କରିଥିଲେ। ପ୍ରଥମ ସିନେମାରେ ଦେବୁ ବୋଷଙ୍କୁ ଖଳ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଭୂମିକାଟି ଥିଲା ଜଣେ ଡ୍ରାଇଭର୍‌ ର ଯିଏ ନାୟିକା(ଅନୀତା ଦାସ)ଙ୍କ ସହ ଦୁଷ୍କର୍ମର ପ୍ରୟାସ କରିଥିଲା।
‘ତପସ୍ୟା’ରେ ଦେବୁ ବୋଷଙ୍କ ଅଭିନୀତ ଚରିତ୍ରଟି ସଂକ୍ଷିପ୍ତ ହେଲେ ହଁ ସେ ପ୍ରଭାବଶାଳୀ ଅଭିନୟ କରି ନିର୍ମାତା-ନିର୍ଦ୍ଦେଶକ ଓ ଦର୍ଶକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଯେ ପାଞ୍ଚେ ପରମନ୍ଦ: ସାଧାରଣତଃ ସ୍ନେହୀ ଓ ଶୃଂଖଳିତ ପିତା ଭୂମିକା ନିଭାଇ ଦର୍ଶକଙ୍କ ଦ୍ୱାରା ଆଦୃତି ଲାଭ କରିଥିବା ଅଭିନେତା ଦେବୁ ବୋଷ ଶେଷ ଥର ପାଇଁ ଯେଉଁ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଭୂମିକା ନିଭାଇଥିଲେ, ତାହା ହେଲା ‘ଯେ ପାଂଚେ ପର ମନ୍ଦ’। ନିରଂଜନ ରଣାଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଦେବୁଙ୍କ ଭୂମିକା ଥିଲା ଜଣେ ଚକ୍ରାନ୍ତକାରୀ ଦିଅରର ଯିଏ କି ସଂପତ୍ତିପାଇଁ ବିଭିନ୍ନ କାଣ୍ଡ ଘଟାଏ। ଏହି ସିନେମାରେ ତାଙ୍କ ଚରିତ୍ରଟି ପ୍ରଥମେ ଭଲ ଜଣା ପଡ଼ୁଥିଲେ ବି ଶେଷରେ ଖଳନାୟକ ବୋଲି ଜଣାପଡ଼େ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.