ଦିଲ୍ଲୀ ପ୍ରଦୂଷଣ:ଘରୋଇ କାର ଚଳାଚଳ ବନ୍ଦହେବ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ଏବେ ଏତେ ଉତ୍କଟ ହୋଇଛି ‌େଯ ଲୋକଙ୍କୁ ଘରର କବାଟ ଝରକା ବନ୍ଦ ରଖିବାକୁ କୁହାଯାଇଛି। ଏମିତି କି ବାହାରକୁ ବାହାରିବା ମୁସ୍କିଲ୍‌ ହୋଇପଡୁଛି। ଏଭଳି ପରିସ୍ଥିତିରେ ପ୍ରଦୂଷଣ କମାଇବା ପାଇଁ ବିଭିନ୍ନ ବିକଳ୍ପ କଥା ଚିନ୍ତା କରାଯାଉଛି। ପ୍ରଦୂଷଣ ଯଦି ଆହୁରି ବଢ଼େ ତେବେ ନଭେମ୍ବର ୧ରୁ ସମସ୍ତ ବ୍ୟକ୍ତିଗତ ଘରୋଇ କାର୍‌କୁ ଦିଲ୍ଲୀ ମଧ୍ୟରେ ଚଳାଇବାକୁ ଦିଆଯିବ ନାହିଁ। ଏହାକୁ ବନ୍ଦ କରାଯିବ ବୋଲି ଜଣେ ଅଧିକ‌ାରୀ ସୂଚନା ଦେଇଛନ୍ତି। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ ଅଧ୍ୟକ୍ଷ ଭୁରେ ଲାଲ୍‌ କହିଛନ୍ତି, ଆମେ ଚାହୁଛୁ, ଦିଲ୍ଲୀରେ ପ୍ରଦୂଷଣ ସ୍ତର ଆଉ ନବଢ଼ୁ। ଯଦି ଏହା ବଢ଼େ ତେବେ ପ୍ରତିକାର ସ୍ବରୂପ ଘରୋଇ କାର୍‌ଗୁଡ଼ିକର ଚଳାଚଳକୁ ରୋକିଦିଆଯିବ। ଏହାଛଡ଼ା ଅନ୍ୟ କୌଣସି ଉପାୟ ନଜରକୁ ଆସୁନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ବିଳମ୍ବିତ ରାତ୍ରିରେ କଣିକା ତତ୍ତ୍ବ ମାତ୍ରା ବଢ଼ିବା ଯୋଗୁ ଦିଲ୍ଲୀ ଓ ଏନ୍‌ସିଆର୍‌ (ଜାତୀୟ ରାଜଧାନୀ ଅଞ୍ଚଳ)ର ବାୟୁ ମାନ ଅଧିକ ଖରାପ ସ୍ତରକୁ ଚାଲିଯାଇଛି।

ସମ୍ବନ୍ଧିତ ଖବର