‘ଦୀପୁ ଦ ଡ୍ୟାନ୍ସ ବୟ’କୁ ମିଳିଲା ଏହି ସେନସର ସାର୍ଟିଫିକେଟ୍‌

ଭୁବନେଶ୍ୱର: ଏବେ ଯେଉଁ କେତୋଟି ଓଡ଼ିଆ ଛବି ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଛି। ଏଥିମଧ୍ୟରୁ ଏଠାରେ ଯେଉଁ ସିନେମାର କଥା କୁହାଯାଉଛି ତାହାର ଟାଇଟଲ ହେଲା ‘ ଦୀପୁ ଦ ଡ୍ୟାନ୍ସ ବୟ’ । ନବାଗତ ମନୋଜ ରାଉତ ଏହି ଫିଲ୍ମର ପ୍ରଯୋଜକ ଓ ଅରୁଣ ଦାସ ଏହାର ନିର୍ଦ୍ଦେଶକ । ଏହି ଫିଲ୍ମରେ କୋଏଲ , ମନୋଜ, ଅଜିତ୍‌ ଦାସ, ମୀନକେତନ, ଚୌଧୁରୀ ବିକାଶ ଦାସ ଓ ବବି ମିଶ୍ର ପ୍ରମୁଖ ମଧ୍ୟ ଅଛନ୍ତି ଗୁରୁତ୍ୱପୂଣ୍ଣ ଭୂମିକାରେ ।ଏଥିରେ ନିଜେ ପ୍ରଯୋଜକ ମନୋଜ ରାଉତ ନାୟକ ଭୂମିକାରେ ଅଛନ୍ତି।

‘ଦୀପୁ ଦ ଡ୍ୟାନ୍ସ ବୟ’ ର ସେନସର୍‌ କାମ ବି ସରିଛି। ଏହାକୁ ସେନସର ବୋର୍ଡ ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। କହିବା ବାହୁଲ୍ୟ ଯେ ‘ଦୀପୁ-ଦ ଡ୍ୟାନ୍ସ ବୟ ’ ର କଥାବସ୍ତୁ ଛଉ ନୃତ୍ୟ ଉପରେ ଆଧାରିତ । ଜଣେ ସାଧାରଣ ଯୁବକ କିପରି ଛଉ ନୃତ୍ୟ କରି ଦେଶରେ ସୁନାମ ପାଇଛନ୍ତି ତାହା ଦେଖା ଯାଇଛି। ବେଶ କିଛି ବର୍ଷତଳୁ ସୁଟିଂ ଆରମ୍ଭ ହୋଇଥିବା ଏହି ସିନେମା କେବେ ରିଲିଜ୍‌ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହାର ସେନସର କାମ ସରିବା ପ୍ରଯୋଜକଙ୍କ ପାଇଁ ବଡ଼ କଥା। ଏହି ସିନେମାର ସଂଳାପ ଏବଂ ଚିତ୍ରନାଟ୍ୟ ବି ଲେଖିଛନ୍ତି ନିଜେ ନିର୍ଦ୍ଦେଶକ ଅରୁଣ ଦାସ । ପ୍ରେମ ଆନନ୍ଦ ‘ଦୀପୁ ଦ ଡ୍ୟାନ୍ସ ବୟ’ ର ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର