ଭୁବନେଶ୍ୱର: ଇତିମଧ୍ୟରେ କେତେକ ନାୟିକା ରିଆଲିଟି ସୋ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଛନ୍ତି। ସେହି କ୍ରମରେ ତରଙ୍ଗ ଚାନେଲରେ ପ୍ରସାରିତ ରିଆଲିଟି ସୋ’‘କିଏ ହେବ ମୋ’ ହିରୋଇନ୍’ର ବିଜୟିନୀ ହୋଇ ଓଲିଉଡ଼୍ ରେ ଏଣ୍ଟ୍ରି ନେଇଥିଲେ ଆଜିକାର ଟପ୍ ହିରୋଇନ୍ ଏଲିନା ସାମନ୍ତ ରାୟ।ତରଙ୍ଗ ସିନେ ପ୍ରଡ଼କସନ୍ର ପ୍ରଥମ ଓଡ଼ିଆ ଛବି ‘ଇଶ୍କ ତୁ ହି ତୁ’ ଥିଲା ଏଲିନାଙ୍କର ପ୍ରଥମ ଫିଲ୍ମ। ଏଥିରେ ଅରିନ୍ଦମ୍ଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଏଲିନା।
/sambad/media/post_attachments/wp-content/uploads/2018/03/elina7.jpg)
ଏହାପରେ ଏଲିନା ତରଙ୍ଗ ସିନେ ପ୍ରଡକସନ୍ର ବେଶ୍ କେତୋଟି ଫିଲ୍ମରେ ନାୟିକା ଭାବେ ନଜର ଆସିଛନ୍ତି। ଏହି ବ୍ୟାନରର ଯେଉଁ ସବୁ ସିନେମାରେ ସେ ଦେଖା ଦେଇଛନ୍ତି,ସେହି ଫିଲ୍ମ ଗୁଡ଼ିକ ହେଲା-ଇଶ୍କ ତୁ ହିଁ ତୁ (୨୦୧୫),ଜଗା ହାତରେ ପଘା (୨୦୧୫), ଲଭ ଷ୍ଟେସନ୍ (୨୦୧୬),ଅଭୟ (୨୦୧୭) ଓ ହାପି ଲକି (୨୦୧୮)।
ତେବେ ଏବେ ଏହି ପ୍ରଯୋଜନା ସଂସ୍ଥାର ଯେଉଁ ଦୁଇଟି ଓଡ଼ିଆ ଫିଲ୍ମ ଫ୍ଲୋର୍ରେ ରହିଛି,ସେଥିମଧ୍ୟରୁ କୌଣସି ଗୋଟିକରେ ନାହାନ୍ତି ଏଲିନା। ହଁ ଏବେ ରଜ ଉପଲକ୍ଷେ ତରଙ୍ଗ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଦୁଇ ସିନେମା ହେଲା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ଓ ‘ପ୍ରେମ୍ କୁମାର୍’।
ଏଥିମଧ୍ୟରୁ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ରେ ଜଣେ ନବାଗତାଙ୍କୁ ବାବୁସାନ୍ଙ୍କ ବିପକ୍ଷରେ ଲଞ୍ଚ୍ କରାଯାଉଛି। ଏହି ନବାଗତାଙ୍କ ନାମ ହେଲା ଦିବ୍ୟା। ଅପରପକ୍ଷରେ ‘ପ୍ରେମ୍ କୁମାର’ରେ ଅନୁଭବଙ୍କ ବିପକ୍ଷରେ କାମ କରୁଛନ୍ତି ‘ସିଷ୍ଟର ଶ୍ରୀଦେବୀ’ ଫେମ୍ ଶିବାନୀ। ଗତ ବର୍ଷ ରଜରେ ଯେତେବେଳେ ତରଙ୍ଗ ସିନେ ପ୍ରଡ଼କସନ୍ ପକ୍ଷରୁ ଦୁଇଟି ସିନେମା ତିଆରି ହୋଇଥିଲା ,ସେତେବେଳେ ସେଥିମଧ୍ୟରୁ ଗୋଟିକ ‘ଅଭୟ’ରେ ଏଲିନାଙ୍କୁ ନାୟିକା ଭୂମିକାରେ ନିଆ ଯାଇଥିଲା। ଠିକ୍ ସେହିପରି ୨୦୧୬ ର ରଜ ବଜାରର ସିନେମା ‘ଲଭ୍ ଷ୍ଟେସନ୍’ରେ ବି ଦେଖିବାକୁ ମିଳିଥିଲା ଏଲିନାଙ୍କୁ। କିନ୍ତୁ ଏଥର ତରଙ୍ଗରୁ ବାଦ୍ ପଡ଼ିଛନ୍ତି ଏଲିନା!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Elina_Thumbnail.jpg)