ଦୃଷ୍ଟିଶକ୍ତି ତେଜିୟାନ୍ କରିବାକୁ ଚାହାଁନ୍ତି କି , ଆପଣାନ୍ତୁ ଏହି ସବୁ ଉପାୟ
ମଣିଷର ଅଙ୍ଗମାନଙ୍କ ଭିତରୁ ସବୁୁଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ଆଖି। ଏହା ଜରିଆରେ ଆମେ ପ୍ରତ୍ୟେକ ଜିନିଷ ଦେଖିଥାଉ ଏବଂ ସବୁ କାମ କରିବାରେ ଏହାର ଭୂମିକା ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମସ୍ତେ ଆଖିର ଯତ୍ନ ନେବାରେ ତତ୍ପର ହେବା ଆବଶ୍ୟକ,ଏକଥାକୁ କେହି ଅସ୍ୱୀକାର କରି ପାରିବେ ନାହିଁ। ଦିନରାତି ଯଦି ଆପଣ କଂପ୍ୟୁଟର୍ , ମୋବାଇଲ୍ ଓ ଟେଲିଭିଜନ୍ରେ ବ୍ୟସ୍ତ ରହନ୍ତି, ତେବେ ଜାଣନ୍ତୁ ଏହାର କୁପ୍ରଭାବ ଆପଣଙ୍କ ଆଖି ଉପରେ ନିଶ୍ଚିତ ରୂପେ ପଡ଼ିବ । ସଂପ୍ରତି ବାୟୁ ପ୍ରଦୂଷଣ ହେତୁ ବି ଆଖିରେ ଧୂଳିକଣା, ବିଷାକ୍ତ ଧୂଆଁ ପ୍ରବେଶ କରି ଆଖିକୁ ଦୁର୍ବଳ କରିଛି । ଏହା ଦୃଷ୍ଟି ଶକ୍ତିକୁ ବି ଦୁର୍ବଳ କରିଥାଏ । ଯଦି ଚାହୁଁଛନ୍ତି ଆପଣଙ୍କର ଦୃଷ୍ଟି ଶକ୍ତି ତେଜିୟାନ୍ ରହୁ, ତେବେ ଆପଣାନ୍ତୁ ନିମ୍ନୋକ୍ତ ଉପାୟ
Sambad is now on WhatsApp
Join and get latest news updates delivered to you via WhatsApp
ଟେକ୍ନୋଲୋଜିର ଉପଯୋଗ କମ୍ କରନ୍ତୁ : ଦୃଷ୍ଟି ଶକ୍ତିକୁ ଠିକ୍ ରଖିବା ପାଇଁ ଫୋନ୍ ଓ କମ୍ପ୍ୟୁଟର ଆଦିର ଯଥା ସମ୍ଭବ କମ୍ ଉପଯୋଗ କରନ୍ତୁ । ଅଫିସରେ ଯଦି କମ୍ପ୍ୟୁଟରରେ କାମ କରିବା ଲାଗି ଆପଣ ବାଧ୍ୟ, ତେବେ ଘରେ ଏହାଠାରୁ ତ ଦୂରରେ ରହିପାରିବେ । ଏଣୁ ଯେତେ ଅଧିକ ଏହି ସବୁ ସାମଗ୍ରୀଠାରୁ ଦୂରରେ ରହିବେ ଆପଣଙ୍କ ଆଖି ସେତେ ଭଲ ରହିବ।
ଖାଦ୍ୟ ପାନୀୟରେ ସତର୍କ ରହନ୍ତୁ : କେବଳ ପେଟ ଭରିବା ଲାଗି ବା ନିଜର ଜିହ୍ଵା ଲାଳସା ମେଣ୍ଟାଇବା ପାଇଁ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଖାଦ୍ୟରେ ଏଭଳି ପୁଷ୍ଟିସାର ଯୁକ୍ତ ଜିନିଷ ଗ୍ରହଣ କରନ୍ତୁ, ଯାହା ଦ୍ୱାରା ଆପଣଙ୍କର ଦୃଷ୍ଟି ଶକ୍ତି ଭଲ ରହିବ । ପ୍ରତିଦିନ ଖାଦ୍ୟରେ ଶାଗ, ମାଛ ଓ ଫଳ ଆଦି ବେଶି ମାତ୍ରାରେ ନିଅନ୍ତୁ । ଏସବୁ ଖାଇଲେ ଆଖିରେ ଡ୍ରାଏ ଆଇ ସିଣ୍ଡ୍ରୋମ୍ର ସମସ୍ୟା ରହେ ନାହିଁ ।
ଚେକ୍ ଅପ୍ ଜରୁରୀ : ଆଖିରେ ସାଧାରଣଭାବେ କିଛି ସମସ୍ୟା ଦେଖା ଦେଲେ ତତକ୍ଷଣାତ୍ ଚେକ୍ ଅପ୍ କରାଇବା ଜରୁରୀ । ଏପରିକି ପଢିବା ବେଳେ ବା ଟିଭି ଦେଖିବା ବେଳେ ଯଦି ଆଖିରେ ପୀଡ଼ା ଅନୁଭବ କରନ୍ତି, ତେବେ ଆଖିର ଚେକ୍ ଅପ୍ କରାଇନେବା ଭଲ ।
ଆଖି ମିଟିମିଟି କରନ୍ତୁ : ଯଦି ଆପଣ ଅନେକ ସମୟ ଧରି କମ୍ପ୍ୟୁଟର ଆଗରେ ବସି କାମ କରୁଛନ୍ତି ବା ଟିଭି ଦେଖୁଛନ୍ତି, ତେବେ ମଝିରେ ମଝିରେ ଆଖି ମିଟିମିଟି କରନ୍ତୁ । ଏହାଫଳରେ ଆଖି ଉତ୍ତେଜନା ମୁକ୍ତ ରହିଥାଏ ଓ ଆଖି ଉପରେ ଚାପ ପଡି ନଥାଏ ।
ଆଖିର ବ୍ୟାୟାମ କରନ୍ତୁ : ଆଖିର ଉତ୍ତମ ଦୃଷ୍ଟି ଶକ୍ତି ପାଇଁ ପ୍ରତିଦିନ ଆଖିର ବ୍ୟାୟାମ କରିବା ଉଚିତ । ଉଭୟ ହାତର ପାପୁଲିକୁ ରଗଡ଼ନ୍ତୁ, ଏହା ଉଷୁମୁ ହେବା ପରେ ହାଲୁକା ଭାବେ ଆଖି ଉପରେ ରଖନ୍ତୁ । ଏହା ଆଖିର କଷ୍ଟକୁ ଦୂର କରିଥାଏ । ତା’ଛଡ଼ା ମଝିରେ ମଝିରେ ଆଖିରେ ପାଣି ଛାଟିବା ବି ଉଚିତ୍ ।