କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: ୮ ଦଫା ଦାବି ନେଇ କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଆଜି ଜନପଥସ୍ଥିତ ଭବିଷ୍ୟନିଧି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଗ୍ରୁପ୍‌ ବି, ସି ଏବଂ ଡି କର୍ମଚାରୀମାନଙ୍କ ପାଇଁ କ୍ୟାଡର୍‌ର ପୁନର୍ଗଠନ ନିୟମ ଲାଗୁ କରିବା, ସମସ୍ତ ଗ୍ରୁପ ବି, ସି ଏବଂ ଡି କ୍ୟାଡ୍‌ରରେ ଥିବା କର୍ମଚାରୀଙ୍କ ପଦୋନ୍ନତି କରିବା, ଖାଲି ପଡ଼ିଥିବା ପଦ ପୂରଣ କରିବା, ମୃତ କର୍ମଚାରୀଙ୍କ ପରିବାର ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ଦେବା ଅଦି ଆଠ ଦଫା ଦାବି ନେଇ ବିକ୍ଷୋଭକାରୀ ଗର୍ଜିଥିଲେ। ଏନେଇ ଦୀର୍ଘ ଦିନ ଧରି କେନ୍ଦ୍ରୀୟ ଭବିଷ୍ୟନିଧି ଅୟୁକ୍ତଙ୍କ ପାଖରେ ଦାବି ଉପସ୍ଥାପନ କରା ଯାଉଥିଲେ ସୁଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଆସନ୍ତା ୨୮ ତାରିଖ ଦିନ ସର୍ବଭାରତୀୟ ସ୍ତରର ଇପିଏଫ୍‌ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଡାକରା ଦେଇଛି।

ସମ୍ବନ୍ଧିତ ଖବର