ଗାଡ଼ି ଚାଳକ ସାବଧାନ ! ଆସନ୍ତାକାଲି ଠାରୁ ଏହି ୧୦ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡ଼ିବ ଜରିମାନା

ଗାଡ଼ି ଚାଳକମାନେ ସାବଧାନ। ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ। ୧୦ଟି ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ଆଉ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଜରିମାନା ଆଦାୟ କରିବା ଲାଗି ଆଜି ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିସିପିମାନଙ୍କୁ ନି‌ର୍ଦେଶ ଦିଆଯାଇଛି।

ଧାର୍ଯ୍ୟ ବେଗଠାରୁ ଅଧିକ ଜୋରରେ ଗାଡ଼ି ଚଲାଉଥିଲେ

ଟ୍ରାଫିକ ନିୟମ ତଥା ରେଡ୍ ଲାଇଟ୍ ଉଲ୍ଲଂଘନ କଲେ

ମଦ୍ୟପାନ କରି ଗାଡ଼ି ଚଳାଉଥିଲେ

ଟ୍ରାଫିକର ବିପରୀତ ଦିଗରେ ଗାଡ଼ି ନେଲେ

ବେପରୁଆ ଗାଡ଼ି ଚାଳନା କଲେ

ସିଟ୍ ବେଲ୍ଟ ନ ବାନ୍ଧିଲେ

ବାଇକ୍‌ରେ ତିନି ଜଣ ଯାତ୍ରା କରୁଥିଲେ

ହେଲମେଟ୍ ପିନ୍ଧି ନଥିଲେ

ବସ୍ ଓ ଟ୍ରକଗୁଡ଼ିକରେ ଓଭରଲୋଡିଂ ନେଉଥିଲେ

ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡି ଅନ୍ୟ କାଗଜପତ୍ର ନଥିଲେ

ସମ୍ବନ୍ଧିତ ଖବର