ନିଆଳି ତହସିଲ ଅଫିସ୍‌ରେ ନିଆଁ : ପୋଡିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର

କଟକ : ନିଆଳି ତହସିଲ ଅଫିସ୍‌ରେ ନିଆଁ ଲାଗିଛି । ଗତକାଲି ବିଳମ୍ବିତ ରାତିରେ ତହସିଲ ଅଫିସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ପ୍ରୟାସ ଜାରି ରଖିଛନ୍ତି । ନିଆଁରେ ଅଫିସ୍‌ର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କମ୍ପ୍ୟୁଟର ସେକ୍‌ସନ୍‌ରେ ନିଆଁ ଲାଗିଥିବାରୁ ନିଆଁରେ ପୋଡି ହୋଇ ବହୁ କମ୍ପ୍ୟୁଟର ନଷ୍ଟ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର