ପଞ୍ଚମ ଦିନ ପାଇଁ ବିମାନ ବାତିଲ୍‌

ଝାରସୁଗୁଡ଼ା: ଆଜି ମଧ୍ୟ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ସବୁ ବିମାନକୁ ବାତିଲ କରି ଦିଆଯାଇଛି। ଗତ ୫ ଦିନ ଧରି ପାଗ ଖରାପ ଯୋଗୁଁ ବିମାନ ଉଡ଼ାଣ ବାତିଲ କରା ଯାଉଥିବାରୁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନ ବାତିଲ ସଂପର୍କରେ ଶେଷ ମୁହୂର୍ତ୍ତରେ ସୂଚନା ଦେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଏହାକୁ ନେଇ ବିମାନ ବନ୍ଦରରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ଏ ନେଇ କିଛି ଯାତ୍ରୀ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ, ବିଭାଗୀୟ ସଚିବ ଉଷା ପାଢ଼ୀ, ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମିଶ୍ର, ସାଂସଦ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର