ବିଶ୍ୱକପରେ ସବୁଠୁ ବଡ଼ ବିପର୍ଯ୍ୟୟ, ଦକ୍ଷିଣ କୋରିଆଠାରୁ ୨-୦ରେ ହାରି ବିଶ୍ୱ ଚାମ୍ପିୟନ ଜର୍ମାନି ବିଦା

 

ମସ୍କୋ : ଚଳିତ ବିଶ୍ୱକପ ଫୁଟବଲରେ ସବୁଠୁ ବଡ଼ ଓଲଟପାଲଟ ହୋଇଛି । ବିଶ୍ୱ ଚାମ୍ପିୟନ ଜର୍ମାନୀ ଦକ୍ଷିଣ କୋରିଆ ପରି ଏକ ଅପେକ୍ଷାକୃତ ଦୁର୍ବଳ ଦଳଠାରୁ ୨-୦ ଗୋଲରେ ପରାସ୍ତ ହୋଇ ବିଦା ହୋଇଯାଇଛି । ମ୍ୟାଚ ସାରା ଜର୍ମାନି ନିୟନ୍ତ୍ରଣରେ ରଖିଥିବା ସତ୍ତ୍ୱେ କୋରିଆ ଉପଯୁକ୍ତ ସୁଯୋଗର ସଦବ୍ୟବହାର କରି ଗୋଲ ଦେବାରେ ସକ୍ଷମ ହୋଇଥିଲା । ମ୍ୟାଚ ଶେଷ ହେବାର କିଛି ସମୟ ପୂର୍ବରୁ କୋରିଆ ତରଫରୁ କିମ ୟଙ୍ଗ ଗୋଉନ ଓ ସୋନ ହ୍ୟୁନ ମିଙ୍କ ଗୋଲ କରି ବିଜୟ ହାସଲ କରିଥିଲେ । ୪ ଥର ବିଶ୍ୱକପ ବିଜେତା ଜର୍ମାନି ଦଳ ୧୯୩୮ ପରଠାରୁ କେବେ ମଧ୍ୟ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ହୋଇନଥିଲା । ଅନ୍ୟପକ୍ଷରେ ଗ୍ରୁପ-ଏଫର ଅନ୍ୟ ଏକ ମ୍ୟାଚରେ ସ୍ୱିଡେନ ମେକ୍ସିକୋକୁ ୩-୦ ଗୋଲରେ ପରାସ୍ତ କରିଛି । ତେବେ ଉଭୟ ଦଳ ନକଆଉଟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ସମ୍ବନ୍ଧିତ ଖବର