ଏୟାର ଇଣ୍ଡିଆକୁ ସରକାର ଦେବେ ପାଣ୍ଠି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ଯୋଜନା ରଖିଥିବା କେନ୍ଦ୍ର ସରକାର କହିଛନ୍ତି ଯେ କଂପାନିକୁ ପାଣ୍ଠି ଯୋଗାଣ ଜାରି ରହିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଆଜି କହିଛନ୍ତି ଯେ ଏୟାର ଇଣ୍ଡିଆର ଲିକ୍ୱିଡିଟି (ନଗଦ ପାଣ୍ଠି) ଆବଶ୍ୟକତାକୁ ସରକାର ପୂରଣ କରିବେ। କଂପାନିକୁ ସରକାର ବିକ୍ରି କରିବାରେ ବିଫଳ ହୋଇଥିବାରୁ ଏହାର ଆଇପିଓ ଆଣିବା ଉପରେ ଏବେ ବିଚାର କରୁଛନ୍ତି। କଂପାନିକୁ ସରକାର ଚଳିତ ଆର୍ଥିକ ବର୍ଷରେ ୬୫୦ କୋଟି ଟଙ୍କା ଦେଇସାରିଲେଣି। ଏହା ଆଉ ୨୦୦୦ କୋଟି ଟଙ୍କା ସରକାରଙ୍କୁ ମାଗିଛି।

ସମ୍ବନ୍ଧିତ ଖବର