କେବଳ ଯେ ମୁଣ୍ଡପାଇଁ ନୁହେଁ , ତ୍ୱଚା ପାଇଁ ବି ଲାଭପ୍ରଦ ହେଲ୍‌ମେଟ୍‌

କୁହାଯାଏ କି ଯଦି ମଣିଷର ମୁଣ୍ଡ ସୁରକ୍ଷିତ ଅଛି ତ,ତେବେ ତାହାର ସଂପୂର୍ଣ୍ଣ ଶରୀର ମଧ୍ୟ ସୁରକ୍ଷିତ ରହିଥାଏ। ଏଥିପାଇଁ ଗାଡ଼ି ଚଳାଇବା ସମୟରେ ବ୍ୟକ୍ତିକୁ ତାହାର ମୁଣ୍ଡରେ ହେଲ୍‌ମେଟ୍‌ ପିନ୍ଧିବାକୁ କୁହାଯାଇଥାଏ। ଏହା ବ୍ୟକ୍ତିର ମୁଣ୍ଡକୁ ସୁରକ୍ଷା ଦେବା ସଂଗେ ସଂଗେ ତାହାର ଆଖି ଓ ତ୍ୱଚା ପାଇଁ ବି ଲାଭପ୍ରଦ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ହେଲ୍‌ମେଟ୍‌ ପିନ୍ଧିବା ଯୋଗୁଁ କ’ଣ କ’ଣ ଫାଇଦା ମିଳିଥାଏ ,ସେହି ବିଷୟରେ ଜଣାଇବୁ!….
ଏହାକୁ ନେଇ ଆମେରିକାର ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜିରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି କି,ହେଲ୍‌ମେଟ୍‌ ପିନ୍ଧିଥିବାବେଳ ଯଦି ବ୍ୟକ୍ତିର ଦୁର୍ଘଟଣା ଘଟିଥାଏ,ତେବେ ସେ ସମୟରେ ବ୍ୟକ୍ତିର ମୁଣ୍ଡ ସାଂଗକୁ ତାହାର ମେରୁଦଣ୍ଡ ହାଡ଼ ବି ସୁରକ୍ଷିତ ରୁହେ, ଯାହାକୁ ନେଇ ବିଶେଷଜ୍ଞମାନେ ହେଲ୍‌ମେଟ୍‌୍‌ ପିନ୍ଧିବା ଯୋଗୁଁ ବ୍ୟକ୍ତିର ସର୍ଭାଇକଲ ସ୍ପାଇନ୍‌ ଆଘାତପ୍ରାପ୍ତ ହେବାର ଆଶଙ୍କା କମ୍‌ ହୋଇଥାଏ ବୋଲି କହିଛନ୍ତି। ଆଉ ଯଦି କୌଣସି ବ୍ୟକ୍ତିର ହେଲ୍‌ମେଟ୍‌ ପିନ୍ଧିଥିବା ସମୟରେ ଦୁର୍ଘଟଣା ଘଟେ,ତେବେ ତାହାର ମେରୁଦଣ୍ଡ ହାଡ଼ ଭାଙ୍ଗିବା ସମ୍ଭାବନା ବି କମ୍‌ ହୋଇଥାଏ।
ଏହାକୁ ନେଇ ଆମେରିକାର ନ୍ୟାସ୍‌ନାଲ୍‌ ହାଇେଓ୍ଵ ଟ୍ରାଫିକ୍‌ ସେପ୍ଟି ଆଡ଼୍‍ମିନିଷ୍ଟ୍ରେସନ୍‌ ତରଫରୁ ଏକ ଗବେଷଣା କରାଯାଇଥିଲା। ତେବେ ଏହି ଗବେଷଣାରେ ହେଲ୍‌ମେଟ୍‌ ପିନ୍ଧିବା ଯୋଗୁଁ ବ୍ୟକ୍ତିର ମସ୍ତିଷ୍କକୁ ଗମ୍ଭୀର ଆଘାତ ପହଁଚାଇବା ଠାରୁ ବି ବଞ୍ଚାଇଯାଇପାରେ ବୋଲି ପ୍ରମାଣିତ ହୋଇଥିଲା।
ଗବେଷଣାର ସହ ଲେଖକ ପାଲ୍‌ ଏସ୍‌ .ପେଜ୍‌ ଏନେଇ କହିଛନ୍ତି କି ହେଲ୍‌ମେଟ୍‌ ପିନ୍ଧିବା ଯୋଗୁଁ ବ୍ୟକ୍ତିର ସିଏସ୍‌ଆଇ ସମସ୍ୟାକୁ ବି କମ୍‌ କରାଯାଇପାରେ! ତେବେ ପୂର୍ବ ଅଧ୍ୟୟନରେଏହି ତଥ୍ୟର କୌଣସି ପ୍ରମାଣ ମିଳିନଥିଲେ ବି ଏହି ଗବେଷଣାରେ ବିଶେଷଜ୍ଞମାନେ ହଜାରରୁ ଅଧିକ ସଂଖ୍ୟାର ରୋଗୀଙ୍କୁ ନେଇ ଏହାର ଅଧ୍ୟୟନ କରି ସଫଳ ମଧ୍ୟ ହୋଇଛନ୍ତି।

ଏନେଇ ବିଶେଷଜ୍ଞମାନେ କହିଛନ୍ତି କି ଯଦି ଦିନ ଦ୍ୱିପ୍ରହରର ସମୟରେ ଆପଣ ହେଲ୍‌ମେଟ୍‌ ପିନ୍ଧନ୍ତି,ତେବେ ଏହା ଆପଣଙ୍କ ଆଖିକୁ ଫାଇଦା ଦେବା ସାଥ୍‌ ସାଥ୍‌ ଏହା ଦ୍ରୁତ ଗତିରେ ବହୁଥିବା ପବନ,ଧୂଳି-ମାଟି,କୀଟାଣୁ ପ୍ରଦୂଷଣ ଆଦିରୁ ମଧ୍ୟ ବ୍ୟକ୍ତିର ଆଖିକୁ ସୁରକ୍ଷିତ ରଖିଥାଏ। ଏହାଦ୍ୱାରା ଆଖିକୁ ହେବାକୁ ଥିବା ସଂକ୍ରମଣ ଦାଉରୁ ବି ବହୁ ପରିମାଣରେ ରକ୍ଷା କରାଯାଇଥାଏ। ତେଣୁ ଆପଣ ଗାଡ଼ି ଡ୍ରାଇଭିଂ ସମୟରେ ହେଲ୍‌ମେଟ୍‌ର କାଚକୁ ବନ୍ଦ୍‌ କରି ଦିଅନ୍ତୁ। ଫଳରେ ଆପଣଙ୍କ ଆଖି ସୁରକ୍ଷିତ ରହିବ ଓ ଅନେକ ବସ୍ତୁ ବି ଆପଣଙ୍କ ଆଖିରେ ବାଜିବ ନାହିଁ।

ଏତଦ୍‌ବ୍ୟତୀତ ହେଲ୍‌ମେଟ୍‌ର ବ୍ୟବହାର କାନ ଲାଗି ମଧ୍ୟ ବିଶେଷ ଲାଭକାରୀ ଅଟେ। କାରଣ ଏହାଦ୍ୱାରା ଆମ କାନକୁ ଶୁଭୁଥିବା ଉଚ୍ଚ ସ୍ୱର ଧୀରେ ଶୁଣାଯାଇଥାଏ।ଯାହାକି କାନର ମାଂସପେଶୀ ଉପରେ ତାହାର ଖରାପ ପ୍ରଭାବ ପକାଇବାକୁ ଦେଇନଥାଏ।ହେଲେ ଆପଣ ଯଦି ହେଲ୍‌ମେଟ୍‌ ପିନ୍ଧି ନ ଥାନ୍ତି ତେବେ ଉଚ୍ଚ ସ୍ୱର,ଧୂଳି-ମାଟି ଆଦି ଯୋଗୁଁ ଏହା ଆପଣଙ୍କର କାନ ମାଂସପେଶୀର କ୍ଷତି କରିଥାଏ। ଏହାଦ୍ୱାରା ଆପଣ ବଧିର ହେବାର ଆଶଙ୍କା ରହିଛି । ଏହାସହିତ ହେଲ୍‌ମେଟ୍‌ ର ପରିଧାନ ବି ବ୍ୟକ୍ତିକୁ ତାହାର ଧ୍ୟାନକୁ ଅନ୍ୟଆଡ଼େ କେନ୍ଦ୍ରିତ ହେବାକୁ ଦିଏ ନାହିଁ। ଫଳରେ ବ୍ୟକ୍ତିକୁ ଏହା ଦୁର୍ଘଟଣା ମୁଖରୁ ମଧ୍ୟ ବଂଚାଇଥାଏ।

ସମ୍ବନ୍ଧିତ ଖବର