ବିଶ୍ବର ସଂକ୍ରମିତ ଦେଶ ତାଲିକାରେ ୪୧ ତମ ସ୍ଥାନରେ ଭାରତ, ସାବଧାନ ହେବାକୁ ପଡ଼ିବ

ଭୁବନେଶ୍ବର: ଭାରତ କ୍ରମଶଃ କରୋନା ଆକ୍ରାନ୍ତ ଦେଶମାନଙ୍କ ତାଲିକାରେ ଉପରକୁ ଉଠୁଛି। ତେଣୁ ଆମକୁ ସାବଧାନ ହେବାକୁ ପଡ଼ିବ।  କରୋନା ଭୂତାଣୁ ସଂକ୍ରମିତ ଦେଶ ତାଲିକାରେ ବର୍ତ୍ତମାନ ସମୟରେ ୪୧ ତମ ସ୍ଥାନରେ ଅଛି ଭାରତ । ଏହି ତଥ୍ୟ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି, କରୋନା ସଂକ୍ରମିତ ତାଲିକାରେ ବିଶ୍ବର ପ୍ରଥମ ୫ଟି ଦେଶ ଦେଉଛି ଆମେରିକା, ଇଟାଲି, ଚୀନ୍, ସ୍ପେନ୍ ଏବଂ ଜର୍ମାନୀ । କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱରେ ୭ ଲକ୍ଷ ୨୪ ହଜାର ୭୫୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତ ୪୮ ଘଣ୍ଟାରେ ୧ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି।

ସେହିପରି ଭାରତରେ ଅପରାହ୍ନ ୩ଟା ସୁଦ୍ଧା ୧୦୭୧ ଜଣ ଆକ୍ରାନ୍ତ ଥିବା ବେଳେ ୨୯ ଜଣ ପ୍ରାଣ ହରାଇଛନ୍ତି । ଓଡ଼ିଶାରେ ଏଯାବତ୍ ୩୭୦ଟି ନମୁନା ପରୀକ୍ଷା କରାଯାଇଛି ଓ ସେଥିମଧ୍ୟରୁ ୩ଟି ପଜିଟିଭ ଆସିଛି। ଏହାପରେ ସେ କରେନାକୁ ରୋକିବା ଲାଗି ନିୟମିତ ନିମ୍ନୋକ୍ତ ଅଭ୍ୟାସ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି–

୧-ହାତକୁ ସାବୁନରେ ଚଳନ୍ତା ପାଣିରେ ବାରମ୍ବାର ୨୦ସେକେଣ୍ଡ ଯାଏଁ ଧୁଅନ୍ତୁ |

୨- ବାହାରକୁ ଯାଇ କବାଟ, ଆସବାବପତ୍ର ଓ ଅନ୍ୟ କାହାର ଫୋନ ଛୁଇଁଲେ ହାତ ଧୁଅନ୍ତୁ |

୩- ବାହାରୁ ଘରକୁ ଫେରିବା ପରେ ହାତ ଧୁଅନ୍ତୁ |

୫- ପ୍ରତିଦିନ ବଜାର ସଉଦା ପାଇଁ ଯାଆନ୍ତୁନି | ଦୁଇ/ତିନି ଦିନ ଲାଗି ପରିବାପତ୍ର କିଣି ରଖନ୍ତୁ।

୬– ଘରର ମା,ଭଉଣୀ,ଭାଉଜଙ୍କ ଉପରେ ଅଧିକ ପରିଶ୍ରମର ବୋଝ ପକାନ୍ତୁନି | ଘର କାମରେ ମହିଳାଙ୍କୁ ସହଯୋଗ କରନ୍ତୁ |

ସମ୍ବନ୍ଧିତ ଖବର