ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ: ୨୧ରନ୍‌ରେ ଅଷ୍ଟ୍ରେଲିଆ ବିଜୟୀ

ବେଙ୍ଗାଲୁରୁ: ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଗୁରୁବାର ଅଷ୍ଟ୍ରେଲିଆ ୨୧ରନ୍‌ରେ ୪ର୍ଥ ଦିନିକିଆରେ ବିଜୟୀ ହୋଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୫ଟି ଦିନିକିଆ ଶୃଙ୍ଖଳାର ୪ର୍ଥ ଦିବା-ରାତ୍ର ମ୍ୟାଚରେ ଭାରତ ନିର୍ଦ୍ଧାରିତ ଓଭରରେ ୮ଓ୍ଵିକେଟ ହରାଇ ୩୧୩ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଛି।

ଅଷ୍ଟ୍ରେଲିଆର ୮ମ ଶିକାର ହୋଇଥିଲେ ଅକ୍ଷର ପଟେଲ। ସେ ୫ରନ୍‌ ସଂଗ୍ରହ କରିବା ପରେ ନାଥାନ କଲଟରଙ୍କ ବଲ ସବଙ୍କୁ କ୍ୟାଚ ଦେଇଥିଲେ। ୭ମ ଓ୍ଵିକେଟରେ କେନ୍‌ ରିଚାର୍ଡସନ, ଧୋନୀ(୧୩)ଙ୍କୁ ବୋଲ୍‌ଡ କରିଥିଲେ। ମନୀଷ ପାଣ୍ଡେ(୩୩)ଙ୍କୁ ପେଟ କୁମିନ ବୋଲ୍‌ଡ କରିବା ପୂର୍ବରୁ ଭାରତ ୫ମ ଓ୍ଵିକେଟ ଭାବରେ କେଦାର ଜାଧବ (୬୭)ଙ୍କୁ ହରାଇ ଥିଲା। କେନ ରିଚାର୍ଡସନଙ୍କ ବଲ ଅରୁଣ ଫିଞ୍ଚକୁ ଦେଇ କେଦାର ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆର ୪ର୍ଥ ଶିକାର ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା(୪୧)। ୪୦ଟି ବଲ ଖେଳି ଆଦାମ ଜାମ୍ପାଙ୍କ ବଲକୁ ଡାଭିଡ଼ ଓ୍ଵାର୍ଣ୍ଣରଙ୍କୁ କ୍ୟାଚ ଦେଇ ପାଣ୍ଡ୍ୟା ପାଭଲିୟନକୁ ଫେରିଥିଲେ।

ସେହିପରି ଓପନର ଆଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମାଙ୍କ ପରେ ଅଧିନାୟକ ବିରାଟ କୋହଲି ଆଉଟ ହୋଇ ପାଭଲିୟନକୁ ଫେରିଥିଲେ। କ୍ୟାରିୟରର ୮୪ ତମ ମ୍ୟାଚରେ ୨୨ତମ ଅର୍ଦ୍ଧଶତକ ହାସଲ ପରେ ରାହାଣେ ୬୬ଟି ବଲ ଖେଲି ୫୩ ରନ୍‌ ସଂଗ୍ରହ କରିବା ପରେ କେନ ରିଚାର୍ଡସନଙ୍କ ବଲ ଅରୁଣ ଫିଞ୍ଚକୁ ଦେଇଥିଲେ। ସେହିପରି ରୋହିତ ଶର୍ମା(୬୫), ପିଟର ହ୍ୟାଣ୍ଡସ୍କମଙ୍କ ଦ୍ୱରା ରନ ଆଉଟ ହୋଇ ପାଭଲିୟନ ଫେରିଥିଲେ। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି୨୧ଟି ବଲ ଖେଳି ୨୧ ରନ୍‌ ସଂଗ୍ରହ କରିବା ପରେ କଲଟର ନାଇଲଙ୍କ ଦ୍ୱାରା ବୋଲର୍ଡ ହୋଇଥିଲେ। କେଦାର ଜାଧବ ୩୪ ତମ କ୍ୟାରିୟରର ୩୪ତମ ମ୍ୟାଚରେ ୫୪ଟି ବଲ ଖେଳି ୩ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଦାମ ଜାମ୍ପାଙ୍କ ବଲରେ ସେ ଏହି ଅନୁଭୂତି ହାସଲ କରିଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଡାଭିଡ଼ ଓ୍ଵାର୍ଣ୍ଣର (୧୨୪) ଓ ଅରୁଣ ଫିଞ୍ଚ (୯୪)ଙ୍କ ଭଲ ପ୍ରଦର୍ଶନ ବଳରେ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୩୪ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୩୩୫ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଓ୍ଵାର୍ଣ୍ଣର ୧୪ତମ ଶତକକୁ ୧୦୩ଟି ବଲରେ ପୂରଣ କରିଥିଲେ। ସେ ୧୧୯ଟି ବଲ ଖେଳି ୧୨୪ରନ(୪X୧୦ ଓ ୬X୩) ସଂଗ୍ରହ କରି କେଦାର ଜାଧବଙ୍କ ବଲ ଅକ୍ଷର ପଟେଲଙ୍କୁ ଦେଇ ଆଉଟ ହୋଇଥିଲେ। ଫିଞ୍ଚ ୯୬ଟି ବଲ ଖେଳି ରନ୍‌ ୯୪ (୪X୧୨ ଓ ୬X୪) ସଂଗ୍ରହ କରଥିଲେ। ଉମେଶ ଯାଦବଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ ଷ୍ଟିଭେନ ସ୍ମିଥ, ବିରାଟ କୋହଲିଙ୍କୁ କ୍ୟାଚ ଦେଇଥିଲେ।

ତ୍ରାବିସ ହେଡ୍‌(୨୯) ଉମେଶ ଯାଦବଙ୍କ ବଲ ଖେଳିବାକୁ ଯାଇ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିବା ବେଳେ, ପ୍ୟାଟର ହ୍ୟାଣ୍ଡସ୍କମ(୪୩) ଉମେଶ ଯାଦବଙ୍କ ଦ୍ୱାରା ବୋଲର୍ଡ ହୋଇଥିଲେ। ମାକର୍ସ ଷ୍ଟୋନିସ (୧୫) ଓ ମ୍ୟାଥୁ ଓ୍ଵାଡେ(୩) ଅପରାଜିତ ଫେରିଥିଲେ। କେଦାର ଯାଧବଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା। ଉମେଶ ଯାଦବ ୪ଟି ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର