ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଖୁବ୍ ଶୀଘ୍ର ଗଠନ ହେବ କେନ୍ଦ୍ରୀୟ ସାମୁଦ୍ରିକ ପୁଲିସ ବାହିନୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ପୁଲିସ ଫୋର୍ସ ଗଠନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହି ନୂତନ ଫୋର୍ସର ନାମକରଣ ସେଣ୍ଟ୍ରାଲ୍ ମେରାଇନ୍ ପୂୁଲିସ୍ ଫୋର୍ସ ବା କେନ୍ଦ୍ରୀୟ ସାମୁଦ୍ରିକ ସୁରକ୍ଷା ବଳ ରଖାଯିବ ଲାଗି ସ୍ଥିର ହୋଇଛି । ଦେଶର ୭୫୧୬ କିଲୋମିଟର  ଦୀର୍ଘ ଉପକୂଳର ସୁରକ୍ଷା ଲାଗି ଏହି ଫୋର୍ସ ଗଠନ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ କରାଯାଇଛି । ବର୍ତ୍ତମାନ ଏହାର ଅନୁମୋଦନ ଲାଗି କ୍ୟାବିନେଟକୁ ପଠାଯିବ ।

ଗୃହ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ,  ମନ୍ତ୍ରାଳୟ ଅଧିନରେ ଥିବା ଅନ୍ୟ କେନ୍ଦ୍ରୀୟ ଫୋର୍ସଗୁଡିକ ଭଳି ସେଣ୍ଟ୍ରାଲ ମେରାଇନ୍ ପୁଲିସ ଫୋର୍ସର ସ୍ୱତନ୍ତ୍ର କ୍ୟାଡର, ଆଇନ,ମାନୁଆଲ ଏବଂ ଭିତ୍ତିଭୂମି ରହିବ । ଏହି ସୁରକ୍ଷା ବଳକୁ ଡାଇରେକ୍ଟର ଜେନେରାଲ୍ ବା ମହାନିର୍ଦ୍ଦେଶକସ୍ତରର ଜଣେ ବରିଷ୍ଠ ପୁଲିସ ଅଧିକାରୀ ନେତୃତ୍ୱ ନେବେ ।

Suryaa

ଉଲ୍ଲେଖଯୋଗ୍ୟ କି, ୨୦୧୬ ମସିହାରେ ଉପକୂଳ ସୁରକ୍ଷା ଲାଗି ଏପରି ଏକ ସ୍ୱତନ୍ତ୍ର ଫୋର୍ସ ଗଠନ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା । ବର୍ତ୍ତମାନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡିକ ସମୁଦ୍ର ପଥରେ ଭାରତ ମଧ୍ୟକୁ ପ୍ରବେଶ କରି ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବାର ଯୁଦ୍ଧକାଳୀନ ଭିତ୍ତିରେ ଏହି ଫୋର୍ସ ଗଠନ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର