ନୂଆ ୬୭ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ରାଜ୍ୟ ସରକାର, ୨୮ ଗୁଜୁରାଟ ଫେରନ୍ତା

ଭୁବନେଶ୍ବର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୬୭ ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର।  ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ଏହି ୬୭ କରୋନା ଆକ୍ରାନ୍ତଙ୍କ ଭିତରୁ ୨୮ଜଣ ଗୁଜୁରାଟ ଫେରନ୍ତା ବୋଲି ଜଣାଯାଇଛି। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ପୁରୀର ୧୧, ଅନୁଗୁଳ ଓ କଟକର ୨ଜଣ ଲେଖାଏଁ, ନାୟାଗଡ଼ର ୯ଜଣ, ଗଞ୍ଜାମ, ବଲାଙ୍ଗୀର, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।  ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ପୁରୀରୁ ଚିହ୍ନଟ ୧୬ ଆକ୍ରାନ୍ତଙ୍କ  ଭିତରୁ ୧୧ଜଣ ସୁରତ, ଜଣେ ତାମିଲନାଡ଼ୁ ,୩ ପଶ୍ଚିମବଙ୍ଗ ଫେରନ୍ତା ଥିବା ବେଳ ଜଣେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।  ଗଞ୍ଜାମର ୭ଜଣଙ୍କ ମଧ୍ୟରୁ ଜଣେ ସୁରତ ଫେରନ୍ତା ଓ ୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଅନୁଗୁଳରୁ ଚିହ୍ନଟ ୬ଆକ୍ରାନ୍ତଙ୍କ ଭିତରୁ ୨ଜଣ ସୁରତ ଫେରନ୍ତା , ଜଣେ ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ ୨ଜଣ ମହାରାଷ୍ଟ୍ର ଫେରନ୍ତା। ଏଥିରେ ଜଣେ ମରାରାଷ୍ଟ୍ର ବସ୍ ହେଲପର୍ ବି ଅଛନ୍ତି।

ମାଲକାନଗିରିର ଦୁଇ ଆକ୍ରାନ୍ତ ତାମିଲନାଡ଼ୁ ଫେରନ୍ତା। ନୟାଗଡ଼ର ୧୩ଜଣଙ୍କ ଭିତରୁ ୯ ସୁରତ ଫେରନ୍ତା ଓ ୪ ଆନ୍ଧ୍ର ପ୍ରଦେଶ ଫେରନ୍ତା ଅଛନ୍ତି। ଜଗତସିଂହପୁର ଆକ୍ରାନ୍ତଜଣକ ସୁରତ ଫେରନ୍ତା। କଳାହାଣ୍ଡିରୁ ସଂକ୍ରମିତ ୪ଜଣଙ୍କ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ନୂଆପଡ଼ାରୁ ଚିହ୍ନଟ ଜଣକ ମହାରାଷ୍ଟ୍ର ଫେରନ୍ତା। ଢେଙ୍କାନାଳର ଆକ୍ରାନ୍ତଜଣକ ସୁରତ ଫେରନ୍ତା। ବଲାଙ୍ଗୀରରୁ ଚିହ୍ନଟ ୭ଜଣଙ୍କ ଭିତରୁ ଜଣେ ସୁରତରୁ ଫେରିଥିବା ବେଳେ, ୩ ମହାରାଷ୍ଟ୍ର, ଜଣେ ଆନ୍ଧ୍ର ପ୍ରଦେଶ, ଜଣେ ଛତିଶଗଡ଼ ଓ ଜଣେ ଦିଲ୍ଲୀ ଫେରନ୍ତା ଥିବା ଅଛନ୍ତି। ଖୋର୍ଦ୍ଧାରୁ ଚିହ୍ନଟ ୨ଜଣ ତେଲେଙ୍ଗାନା ଫେରନ୍ତା ଥିବା ବେଳେ ଭୁବନେଶ୍ବରର ଆକ୍ରାନ୍ତଜଣକ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର