ଯାଜପୁର: ବସ୍‌-ବାଇକ୍‌ ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ; ରାସ୍ତା ଅବରୋଧ

ଯାଜପୁର (କୋରେଇ): ରବିବାର ପୂର୍ବାହ୍ନରେ ପାଣିକୋଇଲି ଥାନା ଅଞ୍ଚଳର ୨୦ ନମ୍ବର ଜାତୀୟ ରାଜପଥର ପାଟୁଳି ଛକ ଠାରେ ଗୋଟିଏ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ଘଟିଛି।

କୋରେଇ ଅଞ୍ଚଳର ୧୭ ବର୍ଷିୟ କଲେଜ ଛାତ୍ର ଉମାକାନ୍ତ ବାରିକ ଏକ ମୋଟରସାଇକେଲ୍‌ ଯୋଗେ ବ୍ୟାସନଗର କଲେଜରୁ ଫେରୁଥିବାବେଳେ କଟକରୁ ଘଟଗାଁ ଯାଉଥିବା ଘରୋଇ ବସ୍‌ ସ୍ୱସ୍ତିକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉମାକାନ୍ତଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଲୋକେ କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର