ନିଜ ପୁଅ ଝିଅଙ୍କୁ ଏହି କାମ କରାଇଥାନ୍ତି କାଜୋଲ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭନେତ୍ରୀ କାଜୋଲ୍‌ ଗତ ୨୫ ବର୍ଷ ହେବ ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି। ସେ କଭି ଖୁସ୍‌ କଭି ଗମ୍‌, ପ୍ୟାର୍‌ ତୋ ହୋନା ହି ଥା ,ଇଶ୍କ , ଫନା, କୁଛ୍‌ କୁଛ୍‌ ହୋତା ହେ, ମାଇଁ ନେମ୍‌ ଇଜ୍‌ ଖାନ୍‌ ଏବଂ ଦିଲଓ୍ଵାଲେ ସମେତ ୪୦ରୁ ଅଧିକ ସିନେମାରେ ନାୟିକା ଭୂମିକା ନିଭାଇଛନ୍ତି। ସେ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି।

ସଂପ୍ରତି କାଜୋଲ ସ୍ୱଚ୍ଛ ଆଦତ ସ୍ୱଚ୍ଛ ଭାରତ କ୍ୟାମ୍ପେନ ପାଇଁ ଆଡ଼ଭୋକେସି ଆମ୍ବାସେଡର ରୂପରେ ନିୟୋଜିତ ହୋଇଛନ୍ତି । କେବଳ ଯେ ସାମାଜିକ କାର୍ଯ୍ୟରେ ନିୟୋଜନ ହୋଇ ସମାଜକୁ ପରିଷ୍କାର କରିବାର ଦାୟିତ୍ୱ ନେଇନାହାଁନ୍ତି ବରଂ ସେ ନିଜକୁ ମଧ୍ୟ ଖୁବ ପରିଷ୍କାର ଓ ପରିଛନ୍ନ ରଖିବାକୁ ପସନ୍ଦ କରନ୍ତି । ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ହେଲେ ମଧ୍ୟ ସେ ତିଳେମାତ୍ର ଗର୍ବ କରନ୍ତି ନାହିଁ । ସମସ୍ତଙ୍କ ଭଳି ସେ ମଧ୍ୟ ପ୍ରତିଦିନ ତାଙ୍କ ଘରେ ମଧ୍ୟ ଛାଡୁ କରିବା ସହ ସଫା କରିଥାନ୍ତି । ଜଣେ ସେଲିବ୍ରିଟି ଘର ସଫା କରିବା ଏହା ଅନେକଙ୍କୁ ବିଶ୍ୱାସ ହେଉନଥିବ । କିନ୍ତୁ କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ । କେବଳ ସେତିକି ନୁହେଁ ବରଂ କାଜୋଲ ନିଜ ପୁଅ ଝିଅଙ୍କୁ ମଧ୍ୟ ଏହି କାମ କରାଇଥାନ୍ତି ।

photo-youtube

କାଜୋଲ ପିଲାଦିନରୁ ହିଁ ଫିଲ୍ମ ବ୍ୟାକଗ୍ରାଉଣ୍ଡରେ ବଢିଛନ୍ତି । କିନ୍ତୁ କୌଣସି କାମ କରିବାକୁ ସେ ଘୃଣା କରନ୍ତି ନାହିଁ । କଜୋଲଙ୍କ କହିବା ଅନୁସାରେ ଏହି ଶିକ୍ଷା ତାଙ୍କ ମା ତନୁଜାଙ୍କ ଠାରୁ ସେ ପାଇଛନ୍ତି । ତେଣୁ କୌଣସି କାମକୁ ସେ ଛୋଟ କିମ୍ବା ବଡ଼ ବୋଲି ଭାବନ୍ତି ନାହିଁ । ସେ ଏହା ମଧ୍ୟ କୁହନ୍ତି ଯେ କୌଣସି କାମକୁ ଛୋଟ ଭାବିବା ଅନୁଚିତ । ଏହାଛଡା ଛୋଟ ବେଳୁ ଘର ଏବଂ ବାଥରୁମ ସଫା କରିବା ପାଇଁ ତାଙ୍କ ମା ତାଙ୍କୁ ଶିଖାଇଥିଲେ ।ତେଣୁ ସେ ଛୋଟବେଳେ ଏହି ସବୁ କାମ କରୁଥିଲେ । ତନୁଜାଙ୍କ କହିବା ଅନୁସାରେ ଯଦି କେଉଁଦିନ କାମ କରିବା ଲୋକ ନ ଅସନ୍ତି ତେବେ ନିଜେ ଏହି କାମ କରିବା ଦରକାର । ତେବେ ମା’ଙ୍କର ଏହି ଶିକ୍ଷା କାଜୋଲ ତାଙ୍କ ପିଲାଙ୍କୁ ମଧ୍ୟ ଦେଇଛନ୍ତି ।

ସମ୍ବନ୍ଧିତ ଖବର