୨୫ ବର୍ଷର କ୍ୟାରିଅରରେ ଥରେ ବି ଏହି କାମ କରି ନାହାନ୍ତି କାଜୋଲ୍‌

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା କାଜୋଲ ତାଙ୍କର ସୁଦୀର୍ଘ କ୍ୟାରିଅର ଭିତରେ ବାଜିଗର୍‌, କରଣ-ଅର୍ଜନ୍‌, ଦିଲଓ୍ଵାଲେ ଦୁଲହନିଆ ଲେ ଜାଏଙ୍ଗେ, କୁଛ କୁଛ ହୋତା ହେ, କଭି ଖୁସି କଭି ଗମ୍‌, ପ୍ୟାର ତୋ ହୋନାହି ଥା, ପ୍ୟାର କିୟା ତୋ ଡରନା କ୍ୟା, ମାଇଁ ନେମ୍‌ ଇଜ୍‌ ଖାନ୍‌,ଫନା , ଇଶ୍କ ଏବଂ ଦିଲଓ୍ଵାଲେ ଭଳି ବହୁ ସୁପରହିଟ୍‌ ସିନେମା ଦେଇଛନ୍ତି। କିନ୍ତୁ ସେ ତାଙ୍କର ୨୫ ବର୍ଷର କ୍ୟାରିଅରରେ ଥରେ ବି ଗୋଟିଏ କାମ କରି ନାହାନ୍ତି ।

ତାହା ହେଲା ଯେ ସେ କେବେ ବି ସୁଟିଂ କ୍ୟାନସେଲ୍‌ କରି ନାହାନ୍ତି। କାଜୋଲଙ୍କ କହିବା ଅନୁଯାୟୀ ସେ କେବେ ବି ଚାହାଁନ୍ତି ନାହିଁ ଯେ ତାଙ୍କ ପାଇଁ ପ୍ରଯୋଜକ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୀବନରେ କେବଳ ଥରେ ସୁଟିଂ ବେଳେ ଛୁଟି ନେଇଥିଲେ। କିନ୍ତୁ ତାଙ୍କ ପାଇଁ ସୁଟିଂ ବାତିଲ ହୋଇ ନଥିଲା। ତାଙ୍କ ଝିଅ ନାୟସାକୁ ୧୦୪ ଡିଗ୍ରିର ଜ୍ୱର ହୋଇଥିବା ଯୋଗୁଁ ଏଭଳି କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ନିଜେ ତୀବ୍ର ଜ୍ୱରରେ ପୀଡିତ ହୋଇ ବି ସୁଟିଂ କରିଛନ୍ତି ବୋଲି କହିଛନ୍ତି ବଲିଉଡର ଏହି ସଫଳ ନାୟିକା କାଜୋଲ୍‌।

ସମ୍ବନ୍ଧିତ ଖବର