ରାଜା ନହୁଷ କିପରି ସର୍ପ ଜନ୍ମରୁ ମୁକ୍ତ ହୋଇଥିଲେ ?

ଯେଉଁ ବ୍ୟକ୍ତି କାହାରିଠାରେ ଶତ୍ରୁତା ମନୋଭାବ ପୋଷଣ କରେ ନାହିଁ, ସେ ହିଁ ପ୍ରକୃତ ଭକ୍ତ । ଧର୍ମରାଜ ଯୁଧିଷ୍ଠର ଥିଲେ ଏହାର ପ୍ରକୃଷ୍ଟ ଉଦାହରଣ । ଏଥିପାଇଁ ତ ଯୁଧିଷ୍ଠିରଙ୍କୁ ଅଜାତ ଶତ୍ରୁ ବୋଲି କୁହାଯାଉଥିଲା । ତାଙ୍କ ସହିତ କେହି ଶତ୍ରୁତା ପ୍ରଦର୍ଶନ କରିଲେ ମଧ୍ୟ ସେ ତା’ ପ୍ରତି ପ୍ରେମ ଭାବ ଦେଖାଇ ଥାଆନ୍ତି । ତାଙ୍କର କେହି ଅହିତ କରିଲେ ମଧ୍ୟ ତା’ର ହିତ ସାଧନ କରିବାକୁ ଧର୍ମରାଜ ଭୁଲନ୍ତି ନାହିଁ । ଯେଉଁ ଦେଶରେ ମହାରାଜ ଯୁଧିଷ୍ଠର ବାସ କରନ୍ତି, ସେଠାରେ ମହାମାରୀ ଆସେ ନାହିଁ, ଦୁର୍ଭିକ୍ଷ ପଡେ ନାହିଁ । ସମସ୍ତେ ସତ୍ୟବାଦୀ ହୁଅନ୍ତୁ । ଅଜାତ ଶତ୍ରୁ ଯୁଧିଷ୍ଠରଙ୍କର କେହି ବି ଶତ୍ରୁ ନଥିଲେ । ଏପରିକି ଦୁର୍ଯ୍ୟୋଧନ ପ୍ରତି ମଧ୍ୟ ତାଙ୍କ ମନରେ ବୈର ଭାବ ନ ଥିଲା । ଶତ୍ରୁ ମନୋଭାବ ନ ରହିଲେ ସହନଶକ୍ତି ବୃଦ୍ଧି ପାଇଥାଏ ।

photo-bbc

ମହର୍ଷି ଅଗସ୍ତ୍ୟ ରାଜା ନହୁଷଙ୍କୁ ଅଭିଶାପ ଦେଇଥିଲେ ଯେ ସେ ତତ୍‌କ୍ଷଣାତ୍‌ ସର୍ପ ହୋଇଯିବେ । ତାହା ବି ଫଳିଲା । ରାଜା ମହର୍ଷିଙ୍କ ପାଦତଳେ ଲୋଟି କ୍ଷମା ଯାଚନା କରିଲେ ଏବଂ ଦୟା ଭିକ୍ଷା କରିଲେ । ମହର୍ଷି ଅଗସ୍ତ୍ୟ କହିଲେ ‘ତୁମ ବଂଶରେ ରାଜା ଯୁଧିଷ୍ଠର ହେବେ। ତାଙ୍କ ଦର୍ଶନ କରିବାପରେ ତୁମେ ସର୍ପ ଜନ୍ମରୁ ମୁକ୍ତ ହେବ ।’ ଯୁଧିଷ୍ଠିରଙ୍କ ଦର୍ଶନ ହେବା ପରେ ରାଜା ନହୁଷ ଙ୍କ ପୁନର୍ବାର ମନୁଷ୍ୟ ଜନ୍ମ ଲାଭ କରିଥିଲେ ।

ସମ୍ବନ୍ଧିତ ଖବର