କେମ୍‌ବିବିରେ ‘ସିପିଆର୍‌-ସଚେତନତା’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: କେମ୍‌ବିବି ଜୁନିଅର୍‌ ସାଇନ୍‌ସ୍‌ କଲେଜ୍‌ ଓ କେମ୍‌ବିବି ସିଇଟି ଆନୁକୂଲ୍ୟରେ ‘ସମ୍ବାଦ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌’ର ନରଣପୁର, କଟକସ୍ଥିତ କେମ୍‌ବିବି କ୍ୟାମ୍ପସ୍‌ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ସିପିଆର୍‌-ସଚେତନତା’ ଶୀର୍ଷକ ଆଲୋଚନା ହୋଇଥିଲା। ଆଲୋଚନାଚକ୍ରରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡାକ୍ତର ପ୍ର. ତାପସ ମଣ୍ଡଳ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ହୃଦ୍‌ଘାତର ଲକ୍ଷଣ ସମ୍ବନ୍ଧରେ ଅବଗତ କରାଇଥିଲେ। କେହି ଆକାସ୍ମିକ ହୃତ୍‌ଘାତର ଶିକାର ହେଲେ, ତାଙ୍କୁ କିଭଳି ବଞ୍ଚାଇ ପାରିବା ତଥା ଚେଷ୍ଟ୍‍ ପମ୍ପିଂ କିଭଳି କରାଯିବ ସେ ନେଇ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେଇଥିଲେ। ହୃଦ୍‌ଘାତ ଯୋଗୁଁ କେହି ଯେମିତି ମୃତ୍ୟୁ ମୁଖରେ ନ ପଡ଼ନ୍ତି ଏହା ଥିଲା ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ। ‘ସମ୍ବାଦ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌’ର ନିର୍ଦ୍ଦେଶକ ଧନଦାକାନ୍ତ ମିଶ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଜୁନିଅର୍‌ ସାଇନ୍‌ସ୍‌ କଲେଜ୍‌ର ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ ପ୍ରାରମ୍ଭିକ ସୂଚନା ଦେଇଥିଲେ। କଲେଜ୍‌ ଡିନ୍‌ ବିଜୁନି ଚରଣ ସୂତାର ଓ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଅଧ୍ୟାପକ ସରୋଜ କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜିତେନ୍ଦ୍ର କୁମାର ମହାନ୍ତି, ସ୍ମୃତିରଞ୍ଜନ, ରାକେଶ, ଆଦିତ୍ୟ, ବିଶ୍ୱଜିତ୍‌, ସଂସ୍କାର, ଦେବସ୍ମିତା ଓ ଦେବୀଦତ୍ତା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର