ରାତି ସାଢେ ୮ଟାରୁ ୧୦ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ଫାନ୍, ୪ଟାରୁ ୪.୩୦ ମଧ୍ୟରେ ଭୋଗରାଇ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ବର:  ରାତି ୮.୩୦ ପରେ ଲ୍ୟାଣ୍ଡଫଲ୍ କରିବ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ଫାନ୍ । ରାତି ୮.୩୦ରୁ ୧୦ଟା ମଧ୍ୟରେ  ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ  ମଧ୍ୟରେ ସୁନ୍ଦରବନ ନିକଟରେ  ଲ୍ୟାଣ୍ଡଫଲ କରିବ ଅମ୍ଫାନ୍। ଆଗାମୀ ଦୁଇ ଘଣ୍ଟା ଭିତରେ ପରାଦୀପ ଅତିକ୍ରମ କରିବ ବାତ୍ୟା । ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏହି ସୂଚନା ଦେଇଛି।  ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ବାଲେଶ୍ବର ଜିଲ୍ଲାର ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୨୦୮ ମିମି ବର୍ଷା ରେକର୍ଡ଼ ହୋଇଛି । ଚାନ୍ଦବାଲିରେ ୬୭ ମିମି ଓ ଭୁବନେଶ୍ୱରରେ ୪୭ ମିମି ବର୍ଷା ରେକର୍ଡ଼ ହୋଇଛି । ବାତ୍ୟା ଅମ୍ଫାନଙ୍କୁ ନେଇ ତାଜା ସୂଚନା ଦେଇଛନ୍ତି ଏସଆରସି ।

ପାରାଦୀପ ଅଞ୍ଚଳରେ ପ୍ରବଳ ବର୍ଷା ଓ  ପବନ ଜାରି ରହିଛି। ପାରାଦୀପରେ ପବନର ବେଗ ୯୪ କିମି କରିଛି। ଏହାର ପ୍ରଭାବରେ ଢ଼ିଙ୍କିଆରେ କିଛି ପାନବରଜ ନଷ୍ଟ ହୋଇଥିବା ସୂଚନା ମିଳିଛି । ଅମ୍ପାନ ପ୍ରଭାବରେ ପୁରୀରେ ୪୮ କିମି ବେଗରେ ପବନ ବହୁଛି । ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରୟ ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ, ନୟାଗଡ଼ ଓ ଗଜପତିରେ ଏବେ ସୁଦ୍ଧା କୌଣସି ପ୍ରଭାବ ନାହିଁ । ଜଗତସିହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସେପଟେ ଭଦ୍ରକରେ ବାତ୍ୟା ଅମ୍ଫାନର ପ୍ରଭାବ ବେଶି ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ଗଛଭାଙ୍ଗି ପଡ଼ିବା ସହ ରାସ୍ତା ଘାଟ ଜାମ୍ ହୋଇଛି । ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ଲାଗି ରହିଛି । ଗଛ କାଟିବା କାମରେ ଲାଗଛନ୍ତି ଏନଡ଼ିଆରଫ ଟିମ୍ ।

ସମ୍ବନ୍ଧିତ ଖବର