ଭଗବାନ ଶିବଙ୍କୁ କାହିଁକି ଅପମାନିତ କରିବାପାଇଁ ସ୍ଥିର କଲେ ଦକ୍ଷ ପ୍ରଜାପତି ?

ସତୀଙ୍କ ପିତା ମହାରାଜ ଦକ୍ଷଙ୍କୁ  ବ୍ରହ୍ମା ପ୍ରଜାପତି ପଦରେ ଅଭିଷିକ୍ତ କରାଇଥିଲେ। ମହାନ୍‌ ଅଧିକାର ପ୍ରାପ୍ତିରେ ଦକ୍ଷଙ୍କ ମନରେ ଖୁବ୍‌ ଅହଙ୍କାର ଉତ୍ପନ୍ନ ହୋଇଗଲା। ସଂସାରରେ ଏମିତି କିଏ ଅଛି ,ଯାହାର ମନରେ ପ୍ରଭୁତ୍ୱ ପ୍ରାପ୍ତିର ଅହଂଭାବ ନ ଜାଗ୍ରତ ହେବ।

ଥରେ ବ୍ରହ୍ମାଙ୍କ ସଭାରେ ବଡ଼ ବଡ଼ ଋଷି ,ଦେବତା ଓ ମୁନି ଊପସ୍ଥିତ ହେଲେ। ସେହି ସଭାରେ ଭଗବାନ ଶଙ୍କର ମଧ୍ୟ ବିରାଜମାନ ଥିଲେ। ସେହି ସମୟରେ ଦକ୍ଷ ପ୍ରଜାପତି ମଧ୍ୟ ସେଠାରେ ପହଞ୍ଚିଲେ। ତାଙ୍କର ସ୍ୱାଗତରେ ସମସ୍ତ ସଭାସଦ ବର୍ଗ ଉଠି ଠିଆ ହେଲେ। କେବଳ ବ୍ରହ୍ମାଦେବ ଓ ଭଗବାନ ନିଜ ସ୍ଥାନରେ ବସି ରହିଲେ। ଦକ୍ଷ ବ୍ରହ୍ମାଦେବଙ୍କୁ ପ୍ରଣାମ କରିଲେ,ମାତ୍ର ଭଗବାନ ଶଙ୍କର ବସି ରହିବା ତାଙ୍କୁ ଖରାପ ଲାଗିଲା। ବ୍ରହ୍ମାଜୀ ତାଙ୍କର ପିତା ଥିଲେ ,ମାତ୍ର ଶିବ ତାଙ୍କର ଜାମାତା ହୋଇ ମଧ୍ୟ ତାଙ୍କୁ  ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରି ନ ଥିବା ଯୋଗୁଁ ଦକ୍ଷ ଖୁବ୍‌ କଷ୍ଟ ଅନୁଭବ କରିଲେ।

photo-holidayspot.com

ଶିବ କାହିଁକି ଉଠି ତାଙ୍କୁ ପ୍ରଣାମ କରିଲେନି ,ଏକଥା ଭାବି ସେ କ୍ରୋଧାନ୍ଵିତ ହୋଇ ଉଠିଲେ ଏବଂ ସଭାରେ ଶିବଙ୍କର ଖୁବ୍‌ ନିନ୍ଦା କରିଲେ ଏବଂ ଅଭିଶାପ ମଧ୍ୟ ଦେଲେ । ତଥାପି ବି ଦକ୍ଷଙ୍କର କ୍ରୋଧ ଶାନ୍ତ ହେଲା ନାହିଁ। ସେ ଭଗବାନ ଶିବଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଏକ ବିଶାଳ ଯଜ୍ଞର ଆୟୋଜନ କରିଲେ, ଯେଉଁଥିରେ ସେ ନିଜ କନ୍ୟା ସତୀଙ୍କୁ ନିମନ୍ତ୍ରଣ କରିଲେ ନାହିଁ।

 

ସମ୍ବନ୍ଧିତ ଖବର