ବାହାଘର ଲାଗି କମ୍ପାନିର ୧୮ ଲକ୍ଷ ଟଙ୍କା ହଡପ କରିବା ଯୋଜନାରେ ପୁଲିସରେ ମିଛ ଲୁଟ୍ ଅଭିଯୋଗ କରି ଧରାପଡ଼ିଲେ କର୍ମଚାରୀ

ଖୁଣ୍ଟୁଣୀ: ଖୁଣ୍ଟୁଣୀ ଥାନା ଠାରୁ ମାତ୍ର ୩୦୦ ମିଟର ଦୂର ୫୫ ନମ୍ବର ଜାତୀୟ ରାଜପଥର ରାଧାକିଶୋରପୁର ଓଭରବ୍ରିଜ୍‌ ନିକଟରେ ଆଜି ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ୧୮ ଲକ୍ଷ ଟଙ୍କା ଲୁଟ ଘଟଣାର ଅଭିଯୁକ୍ତ ସନ୍ତୋଷ କୁମାର ରାଜ (୨୯)ଙ୍କୁ ଗିରଫ କରାଯାଇଛି । ପାନ ମସଲା କମ୍ପାନିର କର୍ମଚାରୀ ସନ୍ତୋଷ  ବନ୍ଧୁକ ଦେଖାଇ ତାଙ୍କ ଠାରୁ ଏଭଳି ଲୁଟ ହୋଇଥିବା ସଂପର୍କରେ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଳେ । ମାତ୍ର ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଥିଲା କି ସେ ମିଥ୍ୟା ଅଭିଯୋଗ କରି କମ୍ପାନିର ଟଙ୍କା ହଡ଼ପ କରିବା ଯୋଜନା କରିଥିଲେ। ନିଜ ବାହାଘରରେ ଏହି ଟଙ୍କା ଖର୍ଚ୍ଚ କରିବା ଲାଗି ସେ ଏପରି ଯୋଜନା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ତାଙ୍କ ଘରୁ ପୁଲିସ ପ୍ରାୟ ୧୭,୯୬୦୦ ଟଙ୍କା ଜବତ କରିଛି। ସନ୍ତୋଷ କୁମାର ରାଜଙ୍କ ବିରୋଧରେ ଧାରା ୪୦୯, ୪୨୦ ଓ ୨୦୩ରେ ପୁଲିସ ମୋକଦ୍ଦମା ରୁଜ୍ଜୁ କରିଛି।

ପୁଲିସ ସୂଚନା ମୁତାବକ ଢେଙ୍କାନାଳ ପୁଲିସଠାରୁ ସୂଚନା ପାଇ ଖୁଣ୍ଟୁଣୀ ଥାନା ଆଇଆଇସି ସୁଚିତ୍ରବୀର୍ଯ୍ୟ ଦାସ ଘଟଣାସ୍ଥଳରେ ପହଞ୍ଚି ଲୁଟର ଶିକାର ସନ୍ତୋଷଙ୍କ ଠାରୁ ଲୁଟ ସମ୍ପର୍କରେ ସମସ୍ତ ଘଟଣା ବୁଝି ଥିଲେ। ଏହାପରେ ତାଙ୍କର ସନ୍ତୋଷଙ୍କର ଉପରେ ପୁଲିସର ସନ୍ଦେହ ହୋଇଥିଲା ଓ ତାଙ୍କ ଘର ଖାନତଲାସ କରାଯିବ‌ା ବେଳେ ଲୁଚାଇ ରଖାଯାଇଥିବା ୧୫,୩୦,୦୦୦ ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର