ଶୋଇବା ପୂର୍ବରୁ ଏହି ଜୁସ୍‌ ପିଇଲେ ଭଲ ନିଦ ଆସେ !

ଆମ ଭତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିୟମିତଭାବେ ବିଳମ୍ବିତ ରାତ୍ରିରେ ଖାଦ୍ୟ ଗ୍ରହଣ କରିଥାନ୍ତି। କେଉଁ କାରଣରୁ ସେମାନେ ଏହା କରିଥାନ୍ତି ତାହା ଆମର ଆଲୋଚନାର ବିଷୟ ନୁହେଁ। କେବଳ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି କିଛି ଲୋକଙ୍କର ବିଶ୍ୱାସ ରହିଛି ବୋଲି କୁହାଯାଏ।କିନ୍ତୁ ଏମିତି କିଛି ପାନୀୟ ଅଛି ଯାହାକୁ ଶୋଇବା ପୂର୍ବରୁ ପିଇଲେ,ଓଜନ ବୃଦ୍ଧି ପାଇବ ନାହିଁ।

photo-youtube

ହଁ,ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ମୌସୁମୀର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ହୋଇଥାଏ। ଏହା ଶରୀରର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।ଏଥିରେ ଭିଟାମିନ୍‌ ସି ଓ ପୋଟାସିଅମ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ତ୍ୱଚା ପାଇଁ ମଧ୍ୟ ଲାଭପ୍ରଦ ବୋଲି କୁହାଯାଏ। ଖାଲି ସେତିକି ନୁହେଁ ମୌସୁମୀ ଜୁସ୍‌ ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ଏହାକୁ ନିୟମିତ ସେବନକଲେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ତେବେ ରାତିରେ କ୍ଷୀର ସହିତ ବା ସେହିଭଳି ଜିନିଷ ସହିତ ମୌସୁମୀ ଜୁସ୍‌ ପିଇବା ଅନୁଚିତ।

ସମ୍ବନ୍ଧିତ ଖବର