ମେହେର ଜୟନ୍ତୀ ସମାରୋହ

ଭୁବନେଶ୍ବର: ଉତ୍କଳ ସମ୍ମିଳନୀ, ଭୁବନେଶ୍ବର ଭୁଲିଆ ସମାଜ, ପୁଣ୍ୟ ଉତ୍କଳ, ଇଣ୍ଟରନ୍ୟାସନାଲ୍‌ ଥିଏଟର ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ସ୍ନାତକୋତ୍ତର ବିଭାଗ ମିଳିତ ଆନୁକୂଲ୍ୟରେ କବି ଗଙ୍ଗାଧର ମେହେରଙ୍କ ୧୫୮ତମ ଓ ଭଗବାନ ମେହେରଙ୍କ ୧୨୮ ତମ ଜୟନ୍ତୀ ସମା‌ରୋହ-୨୦୧୯ ସ୍ନାତକୋତ୍ତର ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭପତି ସଞ୍ଜୀବ କୁମାର ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ତଥା ଅଧ୍ୟାପିକା ସବିତା ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଜୟ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ବିଭାଗର ମୁଖ୍ୟ ମଣୀନ୍ଦ୍ର କୁମାର ବେହେରା ଓ ରୋଟାରିଆନ ଦେବାଶିଷ ମିଶ୍ର ଯୋଗଦେଇ ନିଜ ନିଜର ମତ ରଖିଥିଲେ। ଏହି ଅବସରରେ ବିଜୟ କୁମାର ପଟ୍ଟନାୟକଙ୍କୁ ଗଙ୍ଗାଧର ମେହେର ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉତ୍କଳ ସମ୍ମିଳନୀର ସଭାପତି ଦିଲ୍ଲୀପ ଦାଶଶର୍ମା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର