ବାରମ୍ବାର ଭୁଲ୍‌ କରିଛନ୍ତି କାଟ୍ରିନା କୈଫ !

ମୁମ୍ବାଇ: ଲୋକପ୍ରିୟ ନାୟିକା କାଟ୍ରିନା କୈଫ ‘ବୁୁମ୍‌’ ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡରେ ପ୍ରବେଶ କରିଥିଲେ । ତାହା ଫ୍ଲପ୍‌ ହୋଇଥିଲେ ବି ପରେ ‘ ମୈନ ପ୍ୟାର୍‌ କ୍ୟୁଁ କିୟା ’ , ସରକାର୍‌ ଓ ପାର୍ଟନର ଭଳି ହିଟ୍‌ ସିନେମାରେ ନାୟିକା ହେବା ପରେ ଟପ୍‌ ହିରୋଇନ୍‌ ର ମାନ୍ୟତା ପାଇଥିଲେ । ତାଙ୍କ ସୌଭାଗ୍ୟଯେ ଲଗାତର ତାଙ୍କ ଅଭିନୀତ ସିନେମା ହିଟ୍‌ ହେଉଛି । ଏଣେ ତାଙ୍କୁ ତିନି ସୁପର ଖାନ୍‌ ଅମୀର୍‌, ଶାହରୁଖ୍‌ ଓ ସଲମାନ୍‌ଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ବି ମିଳିଛି । ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ସହିତ ‘ଜବ୍‌ ତକ୍‌ ହେ ଜାନ୍‌’ ଓ ‘ଜିରୋ’ ଭଳି ଫିଲ୍ମରେ କାମ କରିଛନ୍ତି, ତେଣେ ତାଙ୍କର ପ୍ରତିଦ୍ୱନ୍ଦୀ ବୋଲି କୁହାଯାଉଥିବା ସଲମାନ୍‌ ଖାନ୍‌ଙ୍କ ବିପକ୍ଷରେ ମୈନେ ଫ୍ୟାର୍‌ କ୍ୟୁଁ କିୟା, ଏକ୍‌ ଥା ଟାଇଗର୍‌ ଓ ଟାଇଗର୍‌ ଜିନ୍ଦା ହେ ଆଦି ସିନେମାରେ ନାୟିକା ବନିଛନ୍ତି । ଖାଲି ସେତିକି ନୁହେଁ ସେ ଅମୀର ଖାନ୍‌ଙ୍କ ସହ ‘ ଧୂମ୍‌-୩’ ରେ କାମ ମରିଛନ୍ତି। ହେଲେ ଆପଣ ଜାଣନ୍ତି କି ସେ ତାଙ୍କ କ୍ୟାରିଅରରେ ମସ୍ତ ବଡ ଭୁଲ୍‌ କରିଛନ୍ତି କେତୋଟି ଫିଲ୍ମ ହାତଛଡ଼ା କରି, ଯେଉଁ ଫିଲ୍ମଗୁଡିକ ରିଲିଜ୍‌ ହେବା ପରେ ବ୍ଲକବଷ୍ଟର ହୋଇଥିଲା ।

କାଟ୍ରିନା କୈଫ୍‌ଙ୍କୁ ନିର୍ଦ୍ଦେଶକ ଅନୁରାଗ ବସୁ ‘ ବର୍ଫି’ରେ ଶ୍ରୁତି ଘୋଷ ସେନଗୁପ୍ତା ଭୂମିକାଟି ଅଫର କରିଥିଲେ । କିନ୍ତୁ ସ୍କ୍ରିପ୍ଟ ପସନ୍ଦ ନହେବାରୁ ତାକୁ ହାତଛଡ଼ା କରିଥିଲେ । ପରେ ସେହି ଭୂମିକାରୁ ଇଲିଆନା ଡିକ୍ରୁଜ୍‌ ବଲିଉଡରେ ଏଣ୍ଟ୍ରି ନେଇଥିଲେ । ଠିକ୍‌ ସେହିପରି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ ବାଜୀରାଓ ମସ୍ତାନୀ’ରେ ପ୍ରିୟଙ୍କା ଚୋପ୍ରା କରିଥିବା କାଶୀବାଇ ଭୂମିକାଟି ପ୍ରଥମେ ମିଳିଥିଲା କାଟ୍ରିନାଙ୍କୁ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

photo-youtube

ଅପରପକ୍ଷରେ ନିର୍ଦ୍ଦେଶକ ରୋହିତ ସେଟ୍ଟି ତାଙ୍କର ସୁପରହିଟ୍‌ ଫିଲ୍ମ ‘ ଚେନ୍ନାଇ ଏକ୍ସପ୍ରେସ୍‌ ’ରେ ପ୍ରଥମେ ଶାହାରୁଖ୍‌ ଖାନଙ୍କ ଅପୋଜିଟ୍‌ରେ କାଟ୍ରିନା କୈଫ୍‌ଙ୍କୁ ନେବାକୁ ମନସ୍ଥ କରିଥିଲେ । କାଟ୍ରିନାଙ୍କୁ ଅଫର୍‌ ମଧ୍ୟ ମିଳିଥିଲା, କିନ୍ତୁ ସେ ରାଜି ହୋଇ ନଥିଲେ । ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ‘ ୟେ ଜଓ୍ଵାନି ହେ ଦିଓ୍ଵାନି’ରେ ଦୀପିକା ପାଦୁକୋନଙ୍କ ପୂର୍ବରୁ କାଟ୍ରିନା କୈଫଙ୍କୁ ନୈନା ତଲଓ୍ଵାର ଭୂମିକାଟି ଅଫର କରିଥିଲେ, ହେଲେ କାଟ୍ରିନା ମନା କରିଥିଲେ । ଅଜୟ ଦେବଗନଙ୍କ ବିପକ୍ଷରେ ‘ ସିଙ୍ଘମ୍‌’ର କାତ୍ୟା ଭୋସଲେ ଚରିତ୍ରଟି ପାଇଁ ଅଫର୍‌ ଦିଆଯାଇଥିଲା କାଟ୍ରିନା କୈଫଙ୍କୁ, ମାତ୍ର ସେ ରାଜି ନ ହେବାରୁ କାଜଲ ଅଗ୍ରଓ୍ଵାଲଙ୍କୁ ନିଆଯାଇଥିଲା । ଠିକ୍‌ ସେହିପରି ‘ଗୁଣ୍ଡେ’ରେ ପ୍ରିୟଙ୍କା ଚୋପ୍ରା କରିଥିବା ଭୂମିକା ଲାଗି ପ୍ରଥମ ପସନ୍ଦ ଥିଲେ କାଟ୍ରିନା କୈଫ । ହେଲେ ସେ ରାଜି ହୋଇ ନଥିଲେ ।

ସମ୍ବନ୍ଧିତ ଖବର