ଫିଲ୍ମ ନାଁ ହେଇପାରିବ ନାହିଁ ‘ମୁନ୍ନାଭାଇ ଚଲେ ଆମେରିକା’, ମୁନ୍ନାଭାଇଙ୍କ ପାଖରେ ନାହିଁ ଆମେରିକା ଭିସା

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କ ଚଳଚ୍ଚିତ୍ର ‘ମୁନ୍ନାଭାଇ ଏମ୍‌ବିବିଏସ୍‌ର’ର ଆଗାମୀ ଭାଗ ‘ମୁନ୍ନା ଭାଇ ଚଲେ ଆମେରିକା’ ହେବ ବୋଲି କିଛି ଦିନ ତଳେ ପ୍ରକାଶ ପାଇଥିଲା। ମାତ୍ର ଏ ନେଇ ମୁହଁ ଖୋଲିଛନ୍ତି ନିଜେ ମୁନ୍ନାଭାଇ। ସେ କହିଛନ୍ତି,‘ମୋତେ ଆମେରିକା ଭିସା ମିଳିନାହିଁ। ତେଣୁ ଚଳଚ୍ଚିତ୍ରଟିର ନାମ ଏହା ହୋଇପାରିବ ନାହିଁ। କାହିଁକି ନାଁ ଆଉ କେଉଁ ଦେଶର ଦୃଶ୍ୟ ଦେଖାଇ ଆମେରିକା ବୋଲି କହିଲେ ଦୃଶ୍ୟ ଜୀବନ୍ତ ଦିଶିବ ନାହିଁ।’ ମୁନ୍ନାଭାଇଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ କାହାଣୀ ଲେଖା କିନ୍ତୁ ଆରମ୍ଭ ହୋଇଗଲାଣି।

ଉଲ୍ଲେଖଯୋଗ୍ୟ, ସଞ୍ଜୟ ଏବେ ତାଙ୍କର ଚଳଚ୍ଚିତ୍ର ‘ଭୂମି’ର ପ୍ରମୋସନ ନେଇ ବେଶ୍‌ ବ୍ୟସ୍ତ ଅଛନ୍ତି। ଏଥିରେ ସେ ଜଣେ ଉତ୍ତମ ବାପର ଚରିତ୍ର ନିଭାଇଛନ୍ତି।

ସମ୍ବନ୍ଧିତ ଖବର