ପୁରୁଣା ଭୁବନେଶ୍ୱର: ଗ୍ୟାରେଜେ ଛକ ନିକଟ ନନ୍ଦକିଶୋର ନଗରରେ ଥିବା ଐତିହାସିକ ନନ୍ଦକୁଣ୍ଡ ପୁଷ୍କରିଣୀ (କଣ୍ଡରା ପୁଷ୍କରିଣୀ)ର ସଫେଇ ପାଇଁ ଅଦାଲତଙ୍କ ନିର୍ଦେଶ କାର୍ଯ୍ୟକାରୀ ହେଉନାହିଁ। ଏହାର ପ୍ରତିବାଦରେ ଆଜି ବିଏମ୍ସି କମିସନରଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି ସ୍ଥାନୀୟ ଲୋକ। ପୁଷ୍କରିଣୀ ସଫେଇ ପାଇଁ ହାଇକୋର୍ଟ ଓ ଲୋକ ଅଦାଲତ ବିଏମ୍ସିକୁ ନିର୍ଦେଶ ଦେଇଥିବା ବେଳେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅଦାଲତଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବା ପାଇଁ ଆଜି ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ବରେ ବହୁ ବ୍ୟକ୍ତି ବିଏମ୍ସି କମିସନରଙ୍କ କାର୍ଯ୍ୟାଳୟ ନିକଟରେ ପ୍ରତିବାଦ ଜଣାଇଥିଲେ। ସେଠାରେ ସେମାନେ ବିଏମ୍ସି ଅତିରିକ୍ତ କମିସନର ସୁରଥ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ। ତେବେ ୧୫ଦିନ ମଧ୍ୟରେ ଏହାର କାର୍ଯ୍ୟକାରୀ ପାଇଁ ନିର୍ଦେଶ ଦିଆଯିବ ବୋଲି ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଶ୍ରୀ ନାୟକଙ୍କ ସମେତ ହିମାଂଶୁ ହୋତା, ପ୍ରଶାନ୍ତ ମହାପାତ୍ର, ମୁରଲିଧର ସ୍ବାଇଁ, ଜୟକୃଷ୍ଣ ଦାସ, ଉପନ ଦାସ, ମୃତ୍ୟୁଞ୍ଜୟ ମହାନ୍ତି, ଗରୁ ପ୍ରସାଦ, ସୁଲତା ସାହାଣୀ, ସ୍ବପ୍ନାରାଣୀ ସାମଲ, ତିଳୋତ୍ତମା ନାୟକ, ସଞ୍ଜୁଲତା ପଟ୍ଟନାୟକ, ସଂଯୁକ୍ତା ଦାସ ପ୍ରମୁଖ ସାମିଲ ହୋଇଥିଲେ।
ନନ୍ଦକୁଣ୍ଡ ପୁଷ୍କରିଣୀ ସଫେଇ ମାମଲା: ଅଦାଲତ ରାୟ କାର୍ଯ୍ୟକାରୀ ଦାବିରେ, ବିଏମ୍ସି କମିସନରଙ୍କ କାର୍ଯ୍ୟାଳୟ ଘେରାଉ

Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)