ଏହି ଉପାୟ କରିଲେ ନବରାତ୍ରିରେ ହେବ ଭାଗ୍ୟୋଦୟ

ଆଜିଠାରୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରି। ଏହି ସମୟରେ ଆପଣ ଯଦି ସର୍ବଶ୍ରେଷ୍ଠ ଫଳ ପ୍ରାପ୍ତ କରିବାକୁ ଚାହାଁନ୍ତି,ତେବେ ପୂଜା ଆରମ୍ଭ କରିବା ପୂର୍ବରୁ ଅନ୍ତଃକରଣ ଶୁଦ୍ଧ କରନ୍ତୁ। ଯଦି ଭାଗ୍ୟୋଦୟର କାମନା ଥାଏ,ତେବେ ଅନ୍ତର୍ମନରେ ମାତାଙ୍କ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ରଖିବା ଆବଶ୍ୟକ। ଏତଦ୍‌ବ୍ୟତୀତ ନିମ୍ନଲିଖିତ କାମ କରନ୍ତୁ,ନିଶ୍ଚିତ ଶୁଭଫଳ ପ୍ରାପ୍ତ କରିବେ।

photo-youtube

ପ୍ରଥମ କଥା ହେଲା ,ଯେଉଁ ଆସନରେ ଆପଣ ବସିବେ ,ତାହା କୁଶରେ ତିଆରି ହୋଇଥିବା ଦରକାର। ଯେଉଁମାନଙ୍କୁ ଭାଗ୍ୟ ସାଥ୍‌ ଦେଉ ନାହିଁ ବା ବିବାହରେ ବିଳମ୍ବ ଘଟୁଛି,ସେମାନେ ୧୦୮ ଟି ମନ୍ଦାରରେ ଗୁନ୍ଥା ହୋଇଥିବା ମାଳା ଅବଶ୍ୟ ମାତାଦେବୀଙ୍କୁ ଅର୍ପଣ କରନ୍ତୁ। ଶୀଘ୍ର ବିବାହ ସଂପନ୍ନ ହେବ ଓ ଶୁଭ ଫଳ ମିଳିବ।
ଦ୍ୱିତୀୟ କଥା ହେଲା ପ୍ରାତଃ କାଳରୁ ପୂଜାର୍ଚ୍ଚନା ଆରମ୍ଭ କରିବା ବିଧେୟ। ଚୈତ୍ରମାସର ନବରାତ୍ରି ଅନୁଷ୍ଠାନ କରିଲେ ବର୍ଷସାରା ସୁଖଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର