ନକ୍ସଲମାନେ ଆମ ଜଓ୍ଵାନଙ୍କ ସାମନା କରିପାରୁନାହାନ୍ତି, ସେଥିପାଇଁ ବିସ୍ଫୋରକ ଖଞ୍ଜି ଟାର୍ଗେଟ୍‌ କରୁଛନ୍ତି : ରାଜନାଥ

ସତନା : ଛତିଶଗଡ଼ର ଦାନ୍ତେଓ୍ଵାଡାଜିଲ୍ଲାର ଛୋଲନାରଠାରେ ଆଜି ହୋଇଥିବା ନକ୍ସଲ ଆକ୍ରମଣକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ନିନ୍ଦା କରିଛନ୍ତି । ନକ୍ସଲଙ୍କ ଆଇଡି (ଇମ୍ବ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ବିସ୍ଫୋରଣରେ ୬ ଜଣ ଜଓ୍ଵାନ ସହିଦ ହୋଇଛନ୍ତି । ଏହାକୁ ନିନ୍ଦା କରି ସେ କହିଛନ୍ତି ଯେ ନକ୍ସଲମାନେ ଆମ ଜଓ୍ଵାନଙ୍କ ସାମନା କରିପାରୁନାହାନ୍ତି । ସେଥିପାଇଁ ସେମାନେ ବିସ୍ଫୋରକ ଖଞ୍ଜି ସେମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ।
ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଛନ୍ତି ଯେ ନକ୍ସଲ ମାନେ ବିକାଶର ବିରୋଧୀ, ଏଣୁ ସେମାନେ ସୁରକ୍ଷା ବଳଙ୍କ ଉପରେ ଆକ୍ରମଣ କରୁଛନ୍ତି । କିନ୍ତୁ ଆମେ ଏମାନଙ୍କ ଆକ୍ରମଣର ଦୃଢ ଜବାବ ଦେବୁ ।

ସମ୍ବନ୍ଧିତ ଖବର