ଉତ୍ତର ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆମେଥିରୁ ନିର୍ବାଚିତ ହେବେ, କେନ୍ଦ୍ରରେ ଗଢା ହେବ‌ ମେଣ୍ଟ ସରକ‌ାର : ରାହୁଲ

ଆମେଥି: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଭଉଣୀ ପ୍ରିୟଙ୍କାଙ୍କ ପ୍ରତ୍ୟକ୍ଷ୍ ରାଜନୀତିକୁ ଆଗମନ ନେଇ ବେଶ ଆଶାବାଦୀ ହୋଇପଡିଛନ୍ତି । ବୁଧବାର ଉତ୍ତର ପ୍ରଦେଶର ଆମେଥିରେ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ଏକ ରାଲିରେ ଯୋଗ ଦେଇ ସେ କହିଛନ୍ତି, ଉତ୍ତର ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆମେଥିରୁ ନିର୍ବାଚିତ ହେବେ ।

ସେ କହିଛନ୍ତି ଅ‌ାଜି ମୁଁ  ପ୍ରିୟଙ୍କାଙ୍କୁ କଂଗ୍ରେସ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ଦେଇଛି । ଏହାର ଅର୍ଥ ଆମେ କେବଳ ଉତ୍ତର ପ୍ରଦେଶରେ କଂଗ୍ରେସ ସରକାର ଗଢିବା ଲାଗି ଉଦ୍ୟମ କରିବୁ ନାହିଁ, ଦିଲ୍ଲୀରେ ମଧ୍ୟ ଏକ ମେଣ୍ଟ ସରକାର ଗଢିବା ଲାଗି କାମ କରିବୁ । ରାଲିରେ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିବା ଲାଗି ରାହୁଲ କହିଥିଲେ, ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆମେଥିରୁ ହିଁ ହେବେ ।

ପ୍ରିୟଙ୍କାଙ୍କ ପ୍ରବେଶ ନେଇ ଖୁସି ବ୍ୟକ୍ତ କରି ରାହୁଲ କହିଛନ୍ତି ମୁଁ ବହୁତ ଖୁସୀ । ପ୍ରିୟଙ୍କା ମତେ ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନରେ ସହଯୋଗ କରିବେ । ବିଜେପିକୁ ହରାଇବାକୁ ମୁଁ ସମାଜବଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସହ ସହଯୋଗ କରିବାକୁ ପ୍ରସ୍ତୁତ ।

ସମ୍ବନ୍ଧିତ ଖବର