ସବୁଥିରେ ନୂଆ ପାର୍ଟନର ମିଳୁଛନ୍ତି ଏହି ଓଲିଉଡ ନାୟିକାଙ୍କୁ

ଭୁବନେଶ୍ୱର: ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନାଙ୍କୁ ସବୁ ସିନେମାରେ ନୂଆ ଯୋଡିଦାରଙ୍କ ସହ ଦେଖିବାକୁ ପାଉଛନ୍ତି ଦର୍ଶକ। ଇତିମଧ୍ୟରେ ତମନ୍ନାଙ୍କ ଅଭିନୀତ ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିସାରିଛି । ତାଙ୍କର ଯେଉଁ ଦୁଇଟି ସିନେମା ରିଲିଜ୍‌ ହୋଇସାରିଛି , ତାହା ହେଲା ‘ଭାଇନା କ’ଣ କଲା ସେ’ ଏବଂ ନିଝୁମ୍‌ ରାତିର ସାଥୀ’। ଏବେ ଯେଉଁ ଦୁଇଟି ମୁକ୍ତି ପ୍ରତୀକ୍ଷାରେ ରହିଛି ତାହା ହେଲା ‘ଲୁଚେଇ ଦେ ମୋତେ ଛାତି ଭିତରେ’ ଏବଂ ‘ଜୋକର୍‌’। ତେବେ ଏହା ଭିତରେ ଅନ୍ୟ ଏକ ଓଡ଼ିଆ ଛବି ‘ବ୍ଲାକମେଲ୍‌’ରେ ବି କାମ କରିଛନ୍ତି।‘ବ୍ଲାକମେଲ’ରେ ବି ତାଙ୍କୁ ଏକ ପାଓ୍ଵାର୍‌ଫୁଲ୍‌ କ୍ୟାରେକ୍ଟର୍‌ ମିଳିଛି। ଏହାର କାହାଣୀରେ ଦୁଇଜଣ ନାୟିକା ଅଛନ୍ତି। ଏଥିମଧ୍ୟରୁ ଜଣେ ହେଲେ ତମନ୍ନା ଏବଂ ଆର ଜଣକ ଆହନା। ଏଥିରେ ତାଙ୍କର ନାୟକ ହେଲେ ଅର୍ଦ୍ଧେନ୍ଦୁ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅମିତ ନାୟକ। ତମନ୍ନା ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇସାରିଲେଣି। ହଁ ଏକ ତେଲୁଗୁ ସିନେମା ‘ଶତ୍ରୁ’ରେ ନାୟିକା ଭାବେ ଚୁକ୍ତିବଦ୍ଧ ହୋଇଛନ୍ତି ସେ।


ତେବେ ତାଙ୍କୁ ଏଯାବତ୍‌ କୌଣସି ନାୟକଙ୍କ ସହ ଦୁଇ ଥର ଦେଖିବାକୁ ମିଳି ନାହିଁ। ପ୍ରଥମସିନେମା ‘ଭାଇନା କ’ଣ କଲା ସେ’ରେ ନବାଗତ ବାଳକୃଷ୍ଣଙ୍କ ବିପକ୍ଷରେ ଏବଂ ନିଝୁମ୍‌ ରାତିର ସାଥୀ’ରେ ଜ୍ୟୋତି ଥିଲେ ତାଙ୍କର ନାୟକ। ଏବେ ‘ବ୍ଲାକମେଲ୍‌’ରେ ଅର୍ଦ୍ଧେନ୍ଦୁ ଏବଂ ‘ଲୁଚେଇ ଦେ ମୋତେ ଛାତି ଭିତରେ’ରେ ଚନ୍ଦନଙ୍କ ସହ ଦେଖିବାକୁ ପାଇବେ ଦର୍ଶକ। ଠିକ୍‌ ସେହିପରି ‘ଜୋକର୍‌’ରେ ତାଙ୍କର ନାୟକ ଅଛନ୍ତି ପପୁ ପମପମ୍‌।

ସମ୍ବନ୍ଧିତ ଖବର