ଶିଶୁକୁ ଚୋରି କରିନେଇଥିବା ସହାୟିକା ପୁଲିସ ଦ୍ୱାରା ଅଟକ

ପାରାଦ୍ୱୀପ: ଶେଷରେ ଉଦ୍ଧାର ହେଲା ଅପହୃତ ହୋଇଥିବା ଅଢେଇ ମାସର ଶିଶୁ | ପୁଲିସ ଶିଶୁକୁ ଉଦ୍ଧାର କରିବା ସହ ସଂପୃକ୍ତ ଚାକରାଣୀକୁ ବି ଅଟକ ରଖାଯାଇଛି । ସମ୍ପତ୍ତି ଲୋଭ ଦେଖାଇ ତିନି ତିନିଟି ପରିବାରର ଲୋକଙ୍କୁ ବୋକା ବନେଇ ଘରର ସହାୟିକା କାମ କରୁଥିବା ଜଣେ ମହିଳା ଅଢେଇ ମାସ ଶିଶୁକୁ ନେଇ ଚମ୍ପଟ ମାରିଥିଲା । ଗତ ୧୭ ତାରିଖରେ ଏହି ଘଟଣା ଘଟିଥିଲା ।

aajtak.intoday.in

ମିଳିଥିବା ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତିତିରା ଗ୍ରାମର ଶତ୍ରୁଘ୍ନ ସାମଲ ନିଜ ପରିବାରଙ୍କ ସହ ପାରାଦ୍ୱୀପରେ ଥିବା ନିଜ ସଂପର୍କୀୟ ଭିଣୋଇ କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ଶତ୍ରୁଘ୍ନଙ୍କ ଶିଶୁପୁତ୍ରଟି କାନ୍ଦିଥିଲା । ଏହି ସମୟରେ ଘରେ କାମ କରିବାକୁ ଆସିଥିବା ସହାୟିକା ମାନିନୀ ସାହୁ ଶିଶୁପୁତ୍ରକୁ ଖେଳାଇବା ବାହାନାରେ ନେଇ ଆସି କୁଆଡେ ଫେରାର ହୋଇଯାଇଥିଲା । ଏ ନେଇ ପରିବାର ଲୋକେ ପାରାଦ୍ୱୀପ ଥାନାରେ ଅଭିଯୋଗ କରିଥିଲେ ।

ଚୋରିର ଦୁଇଦିନ ତଳେ ମାନିନୀ ସହାୟିକା ଭାବେ ଘରକୁ ଆସିଥିଲା । ନିଜର ପ୍ରଚୁର ସମ୍ପତ୍ତି ଥିବା ସତ୍ୱେ ପରିସ୍ଥିତି ପଡି ସହାୟିକା ଭାବେ କାମ କରିବାକୁ ବାଧ୍ୟ ହେଉଛି ବୋଲି ସେ ପରିବାର ଲୋକଙ୍କୁ କହିଥିଲା । ଯିଏ ସହାୟତା କରିବ ମାନିନୀ ସମ୍ପତିରୁ ଭାଗ ଦେବ ବୋଲି ବି ପ୍ରତିଶ୍ରୃତି ଦେଇଥିଲା । ତେବେ ପୁଲିସ ଶେଷରେ ବହୁ ଖୋଜାଖୋଜି କରିବା ପରେ ଶିଶୁପୁତ୍ରକୁ ଉଦ୍ଧାର କରିଛି |

ସମ୍ବନ୍ଧିତ ଖବର