କରୋନା ସଂକ୍ରମଣ ଯୋଗୁଁ ସମସ୍ତେ ନିଜ ଘରେ କଏଦ ଥିବା ବେଳେ ଏହି ଅବସରରେ ଘରେ ବାସନ ସଫା କରୁଥିବା ବେଳର ଏକ ଭିଡିଓ ବଲିଉଡ୍ର ନାମୀଦାମୀ ନାୟିକା କ୍ୟାଟରିନା କୈଫ ଏକ ଭିଡିଓ ସେୟାର କରିଛନ୍ତି। ଏହି ସମୟରେ ସେ ନିଜ କର୍ମଚାରୀଙ୍କୁ ଛୁଟି ଦେଇଦେଇଥିବା ବେଳେ ନିଜେ ବାସନ ସଫା କରୁଛନ୍ତି ବୋଲି କହିଥିଲେ। ସେ ଭିଡିଓରେ କହିଛନ୍ତି ଯେ ଆମେ ଯେମିତି ନିଜ ଘରେ ସୁରକ୍ଷିତ ଭାବେ ରହୁଛି, ଏ ସମୟରେ ହାଉସ ହେଲ୍ପ ମାନେ ମଧ୍ୟ ନିଜ ଘରେ ସୁରକ୍ଷିତ ରହିବାର ଆବଶ୍ୟକତା ରହିଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୯ଲକ୍ଷ ୫୭ ହଜାର ୨୧୨ଟି ଲାଇକ୍ସ ମିଳିଥିବା ବେଳେ ୧୪ ହଜାର କମେଣ୍ଟ ମିଳିସାରିଛି। ଏଥିରେ କ୍ୟାଟରିନାଙ୍କୁ ତାଙ୍କ ପ୍ରଶଂସକମାନେ ବହୁତ ପ୍ରଶଂସା କରିଛନ୍ତି। ମାତ୍ର ଅଭିନେତା ଅର୍ଜୁନ କପୁର ନିଜ କମେଣ୍ଟରେ ଲେଖିଛନ୍ତି, ତୁମକୁ ମୋ ଘରକୁ ନିମନ୍ତ୍ରଣ। ଏବଂ କମେଣ୍ଟରେ ସେ କ୍ୟାଟରିନାଙ୍କୁ କାନ୍ତାବେନ ୨.୦ ବୋଲି ସମ୍ବୋଧନ କରିଛନ୍ତି। ସୂଚନା ଥାଉକି ଉଭୟ କ୍ୟାଟରିନା ଓ ଅର୍ଜୁନ ପରସ୍ପରକୁ ଏପରି ମଜାଳିଆ କମେଣ୍ଟ କରୁଥିବା ନଜର ଆସନ୍ତି।
କ୍ୟାଟରିନା କାନ୍ତାବେନ ୨.୦
/sambad/media/post_attachments/wp-content/uploads/2020/03/g5jg74d98j7dgj89dg7j98dgjdgjdjdjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)