ପ୍ରତ୍ୟେକ ଋତୁରେ ଆଧୁନିକ ଲୋକେ ନିଜ ଦେହରେ ପରଫ୍ୟୁମ୍ ଲଗାଇଥାନ୍ତି। ତେବେ ଖରାଦିନେ ଏହାର ବ୍ୟବହାର ଅଧିକ। କିନ୍ତୁ କିଛି ଲୋକଙ୍କର ଅଭିଯୋଗ ଯେ,ତାଙ୍କ ପରଫ୍ୟୁମ୍ର ବାସ୍ନା ବେଶୀ ସମୟ ରହି ନ ଥାଏ। ଏମାନେ ଜାଣିବା ଉଚିତ ଯେ, ଶରୀରର କେତେକ ନିର୍ଦ୍ଦିଷ୍ଟ ଅଙ୍ଗରେ ପରଫ୍ୟୁମ୍ ଲଗାଇଲେ ହିଁ ତାହାର ପ୍ରଭାବ ଅଧିକ ସମୟ ଯାଏଁ ରହିବ। ଏହା ଦ୍ୱାରା ଆପଣ ଅଧିକ ସମୟ ଯାଏଁ ସୁଗନ୍ଧିତ ରହିବେ।
Sambad is now on WhatsApp
Join and get latest news updates delivered to you via WhatsApp
ନାଭି ହେଉଛି ଶରୀର ଗରମ ଅଙ୍ଗ ଭିତରୁ ଗୋଟିଏ। ଯଦି ଆପଣ ଏଠାରେ ପରଫ୍ୟୁମ୍ ଲଗାଇବେ ତ,ତେବେ ତାହା ଆପଣଙ୍କୁ ଅଧିକ ସମୟ ଯାଏଁ ସୁଗନ୍ଧିତ ରଖିବ।
କେଶ ଆମ ଶରୀରର ସବୁଠାରୁ ଉପରେ ରହିଥାଏ। ଏଣୁ ଏହାର ବାସ୍ନା ମନକୁ ମୋହି ଥାଏ। ଏଣୁ ଅଳ୍ପ ପରଫ୍ୟୁମ୍ କେଶରେ ଲଗାଇଲେ ଭଲ। କାନ ପଛରେ ପରଫ୍ୟୁମ୍ ଲଗାଇଲେ ତାହା ମଧ୍ୟ ଅଧିକ ପ୍ରଭାବଶାଳୀ କରିଥାଏ।
ହାତର କହୁଣୀର ଭିତର ଅଂଶରେ ମଧ୍ୟ ପରଫ୍ୟୁମ୍ ଲଗାଇବା ଭଲ। କାରଣ ଶରୀରର ଏହି ଅଂଶରୁ ଅଧିକ ଝାଳ ନିର୍ଗତ ହୋଇଥାଏ। ଏଠାରେ ପରଫ୍ୟୁମ୍ ଲଗାଇଲେ ,ତାହାର ପ୍ରଭାବ ଅଧିକ ସମୟ ଯାଏଁ ରହିଥାଏ। ଠିକ୍ ସେହିପରି ଆଣ୍ଠୁର ଭିତର ଅଂଶରେ ମଧ୍ୟ ପରଫ୍ୟୁମ୍ ଲଗାଇଲେ ଅଧିକ ସମୟ ଯାଏଁ ସୁବାସ ମିଳିଥାଏ।