ନୂଆଦିଲ୍ଲୀ : ଗୁଜୁରାଟରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଲଢେଇ ସେତିକି ରୋଚକ ହେଉଛି। ପ୍ରତିଦିନ ଉଭୟ ଶିବିରରୁ ନୂଆ ନୂଆ ଉପାୟରେ ଆକ୍ରମଣ କରାଯାଉଛି । ନିଜର ଏକ ଟୁଇଟ୍ରେ ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ ଗୁଜୁରାଟରେ ଦରଦାମ ନିୟନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ମୋଦି ବିଶେଷ କିଛି ଉଦ୍ୟମ କରୁନାହାନ୍ତି । କିନ୍ତୁ ଏହା ଦର୍ଶାଇବାକୁ ସେ ଯେଉଁ ସଂଖ୍ୟାର ପ୍ରତିଶତ ଦର୍ଶାଇଥିଲେ ସେଥିରେ କେତେକ ସାଧାରଣ ଗାଣିତିକ ତ୍ରୁଟି ରହିଥିଲା । ଏହି କାରଣରୁ କେବଳ ବିଜେପି କର୍ମୀ ନୁହନ୍ତି, ଟ୍ଵିଟରରେ ମଧ୍ୟ ସେ ଅନେକ ଟାହି ଟାପରାର ସମ୍ମୁଖୀନ ହୋଇଥିଲେ । ଏହାକୁ ଦେଖି ଦିନକ ପରେ ଏହି ଟ୍ଵିଟକୁ ପ୍ରତ୍ୟାହାର କରିନିଆଯାଇଥିଲା । କେବଳ ଏତିକି ନୁହେଁ, ଆଜି ସେ ନେଇ ରାହୁଲ ଗାନ୍ଧି କହିଛନ୍ତି ଯେ “ବିଜେପି ବନ୍ଧୁଗଣ, ସେ ମଧ୍ୟ ଜଣେ ମଣିଷ , ମୋଦିଙ୍କ ପରି (ମହାମାନବ) ନୁହେଁ । ଏଣୁ ସେ ମଧ୍ୟ ଭୁଲ କରନ୍ତି । କିନ୍ତୁ ଏହି ଭୁଲକୁ ଦେଖାଇ ଦେଇଥିବାରୁ ଧନ୍ୟବାଦ । ଏପରି ଛୋଟ ଛୋଟ ଭୁଲ ହିଁ ଆମ ଜୀବନକୁ ଅଧିକ ରୋଚକ କରିଥାଏ ।”
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ଭୁଲ ମାଗିବା ମଧ୍ୟରେ ବି ସେ ମୋଦିଙ୍କୁ ସମାଲୋଚନା କରିବାକୁ ପଛେଇ ନାହାନ୍ତି ।