ନୂଆଦିଲ୍ଲୀ: ନିକଟରେ ଜାତୀୟ ଗଣମାଧ୍ୟମଗୁଡ଼ିକରେ ଖବର ପ୍ରକାଶିତ ହୋଇଥିଲା କି ଆଉ କିଛି ଦିନ ପରେ ବ୍ୟାଙ୍କର ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ବାହାରିବ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଏଟିଏମକୁ ୨୦୦୦ ଟଙ୍କିଆ ନୋଟ୍ ଛଡ଼ାଯିବା କମାଯାଇଛି ଓ ଆରବିଆଇ ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ହଟାଇବାକୁ ଚାହୁଁଛି ବୋଲି ଖବର ପ୍ରକାଶ ପାଇଥିଲା। ତେବେ ଏହି ଖବର ଏକ ଗୁଜବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରିଜର୍ଭ ବ୍ୟାଙ୍କ ଏଭଳି କୌଣସି ସର୍କୁଲାର ଜାରି କରିନାହିଁ ଏବଂ ବ୍ୟାଙ୍କର ୱେବସାଇଟରେ ଏହି ସୂଚନା ନ ଥିବା ଜଣାପଡ଼ିଛି।
ଅକ୍ଟୋବର ୭ ତାରିଖରେ କେତେକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା କି କିଛି ଦିନପରେ ବ୍ୟାଙ୍କର ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ବାହାରିବ ନାହିଁ । ଏବେ ଧୀରେ ଧୀରେ ଏହି ୨୦୦୦ଟଙ୍କିଆ ନୋଟକୁ ବ୍ୟାଙ୍କ ଏଟିଏମରୁ କମ୍ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ପ୍ରଥମେ ଏହି କାମ ଭାରତୀୟ ଷ୍ଟେଟ ବ୍ୟାଙ୍କ କରୁଥିବା କଥା ପ୍ରକାଶିତ ହୋଇଥିଲା।
/sambad/media/post_attachments/3da77ec74050c5229b1bbd48989f6901d0f1840cb43b992de407a9754b845282.jpg)
ଏଥିସହ ଆରବିଆଇର ନିର୍ଦ୍ଦେଶ ଅନୁସାରେ ଛୋଟ ଛୋଟ ସହରରେ ଥିବା ଏଟିଏମ ଗୁଡ଼ିକରୁ ୨୦୦୦ଟଙ୍କିଆ ନୋଟ ରହୁଥିବା ବକ୍ସକୁ ବାହାର କରାଯାଉଛି । କିନ୍ତୁ ବଡ଼ ସହରଗୁଡ଼ିକରେ ଏହି ପ୍ରକ୍ରୟାକୁ ଆରମ୍ଭ କରାଯାଇ ନ ଥିବା କୁହାଯାଉଛି। ୨୦୦୦ଟଙ୍କିଆ ବକ୍ସ ଜାଗାରେ ଏଟିଏମରେ ଏସବିଆଇ ୧୦୦, ୨୦୦ ଓ ୫୦୦ ଟଙ୍କିଆ ବକ୍ସ ବୃଦ୍ଧି କରୁଥିବା ଜଣାଯାଇଛି ।
ସୂଚନାଯୋଗ୍ୟ, ଦେଶରେ ୨୦୧୬ ମସିହା ନଭେମ୍ବର ୮ରେ ହୋଇଥିବା ବିମୁଦ୍ରାକରଣ ସମୟରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା ।