ରାହୁଲଙ୍କୁ ଭେଟିଲେ ଶତ୍ରୁଘ୍ନ, ଏପ୍ରିଲ ୬ରେ କଂଗ୍ରେସରେ ଯୋଗ ଦେବେ

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁ୍‌ଘ୍ନ ସିହ୍ନା ଆସନ୍ତା ଏପ୍ରିଲ ୬ ତାରିଖରେ କଂଗ୍ରେସରେ ‌ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ଏଯାବତ୍‌ ବିଜେପି ଦଳ ଛାଡ଼ିନଥିବା ଶତ୍ରୁ୍‌ଘ୍ନ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ରାହୁଲଙ୍କ ବାସଭବନରେ ଆଜି ହୋଇଥିବା ବୈଠକରେ ବିହାର କଂଗ୍ରେସ ପ୍ରଭାରୀ ଶକ୍ତିସିଂହ ଗୋହିଲ, ବିହାର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ମଦନ ମୋହନ ଝା, କାର୍ଯ୍ୟକାରୀ ଅଧ୍ୟକ୍ଷ  ଅଖିଳେଶ ସିଂହ ଏବଂ ବିହାରରେ  କଂଗ୍ରେସର ବିଧାନସଭା ଦଳ ନେତା ସଦାନନ୍ଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଶତ୍ରୁଘ୍ନ ସ୍ପ‌ଷ୍ଟ କରିଛନ୍ତି ଯେ ଯାହା ହେଲେ ବି ସେ ପାଟନା ସାହିବରୁ ହିଁ ନିର୍ବାଚନ ଲଢ଼ିବେ ଏବଂ ରବି ଶଙ୍କର ପ୍ରସାଦଙ୍କୁ ମୁକାବିଲା କରିବେ।    ତେବେ ପାଟନା ଆସନ ଶତ୍ରୁଘ୍ନଙ୍କୁ ମିଳିବ କି ନାହିଁ ସେ ନେଇ କଂଗ୍ରେସ କିଛି ସ୍ପଷ୍ଟ କରିନାହିଁ। ଏ ଦିଗରେ ଆରଜେଡି ମଧ୍ୟ ବେଶ୍‌ ସତର୍କତାର ସହ ଗୋଟି ଚାଳନା କରୁଛି।

ସମ୍ବନ୍ଧିତ ଖବର