ଶାହରୁଖ୍‌ ଖାନ୍‌ଙ୍କ ପାଖରେ କେତେ ସଂପତ୍ତି ଅଛି ?

ମୁମ୍ବାଇ : ବଲିଉଡ଼ର ବାଦଶାହା ଶାହରୁଖ୍‌ ଖାନ୍‌ ଏବେ ବିଶ୍ୱର ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାରେ ସାମିଲ୍‌ ହୋଇଛନ୍ତି। ତେବେ ତାଙ୍କ ପାଖରେ କେତେ ସଂପତ୍ତି ରହିଛି? ସେ ବିଷୟରେ ଜାଣନ୍ତି କି?ମିଡ଼ିଆ ରିପୋର୍ଟ ଅନୁଯାୟୀ ଶାହରୁଖ୍‌ ଗୋଟିଏ ଫିଲ୍ମ ପାଇଁ ଯେତିକି ଟଙ୍କା ଦାବି କରନ୍ତି,ତାହା ହଲିଉଡ଼୍‍ ଆୟକରଙ୍କ ଠାରୁ ବି ଅଧିକ। ଏବେ ଶାହାରୁଖ୍‌ଙ୍କର ମୋଟ୍‌ ସଂପତ୍ତିର ମୂଲ୍ୟ ୫୦୦ ମିଲିଅନ୍‌ ଡ଼ଲାର୍‌। ‘ଦ’ସନ୍‌’ର ରିପୋର୍ଟ ଅନୁଯାୟୀ ଶାହରୁଖ୍‌ ଖାନ୍‌ ୨୦୦୮ମସିହାରେ ୭୫ ମିଲିଅନ୍‌ ଡ଼ଲାର୍‌ରେ ଆଇପିଏଲ୍‌ ଟିମ୍‌ କୋଲକାତା ନାଇଟ୍‌ ରାଇଡ଼ର୍ସ କିଣିଥିଲେ।

କିଙ୍ଗ୍‌ ଖାନ୍‌ ଏବେ ଯେଉଁ ବଙ୍ଗଳାରେ ରହୁଛନ୍ତି,ତାହାର ନାମ ହେଲା‘ମନ୍ନତ୍‌’।ଏହାକୁ ସେ ୧୯୯୫ରେ ୧୫ କୋଟି ଟଙ୍କାରେ କିଣିଥିଲେ। ଏବେ ସେହି ବଙ୍ଗଳାର ମୂଲ୍ୟ ୨୦୦ କୋଟି ରେ ବୋଲି କୁହାଯାଉଛି ।ଶାହାରୁଖ୍‌ ଖାନ୍‌ଙ୍କର ଏହି ଘର ପପୁଲାର୍‌ ଟୁରିଷ୍ଟ୍‍ ସାଇଟ୍‌ ବନିଯାଇଛି। ଏହାଛଡ଼ା ଦୁବାଇ ଠାରେ ବି ଶାହରୁଖ୍‌ ଖାନ୍‌ଙ୍କର ଏକ ଭିଲ୍ଲା ଅଛି। ଖାଲି ସେତିକି ନୁହେଁ,ତାଙ୍କର ଲଣ୍ଡନରେ ବି ଏକ ଆପାର୍ଟମେଣ୍ଟ୍‌ ଅଛି,ଯାହାର ମୂଲ୍ୟ ୧୦୦ କୋଟି ହେବ ବୋଲି କୁହାଯାଉଛି।

photo-navbharattimes

ଫିଲ୍ମରେ ଅଭିନୟ ଓ ପ୍ରଯୋଜନା ବ୍ୟତୀତ ଶାହରୁଖ୍‌ ଅନେକ ଗୁଡ଼ିଏ କଂପାନିର ବ୍ରାଣ୍ଡ୍‌ ଆମ୍ବାସାଡ଼ର୍‌ ମଧ୍ୟ।କଂପାନିର ପ୍ରଡ଼କ୍ଟର ମଡ଼େଲିଂ ବାବଦରେ ସେ ବି କୋଟି କୋଟି ଟଙ୍କା ନିଅନ୍ତି। କୁହାଯାଉଛି ଏବେ ସେ ମଡ଼େଲିଂ ପାଇଁ ୧୦ କୋଟି ଟଙ୍କା ନେଉଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ,ଶାହରୁଖ୍‌ ଖାନ୍‌ ଏବେ ଆନନ୍ଦ ଏଲ୍‌ ରାୟଙ୍କ ଫିଲ୍ମ ‘ଜିରୋ’ରେ କାମ କରୁଛନ୍ତି। ଏଥିରେ ତାଙ୍କ ସହିତ କାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମା ଫିମେଲ୍‌ ଲିଡ଼ରେ ଅଛନ୍ତି।

ସମ୍ବନ୍ଧିତ ଖବର