ଲଜ୍ଜା: ଦିନ ଦ୍ୱିପ୍ରହରେ ରାସ୍ତାରେ ଦୁଷ୍କର୍ମ

ଫଟୋ ଉଠେଇଲେ, ପ୍ରତିବାଦ କଲେନି

0 1,241

ହାଇଦ୍ରାବାଦ : ବିଶାଖାପାଟନଣାର ଜଣେ ମହିଳା ସର୍ବସମ୍ମୁଖରେ ଦିନ ଦ୍ୱିପ୍ରହରେ ସବୁଠୁ ବ୍ୟସ୍ତବହୁଳ ସ୍ଥାନରେ ଦୁଷ୍କର୍ମର ଶିକାର ହେବା ଘଟଣା ଆଲୋଡ଼ନ ଆଣିଛି। ଏଭଳି ଜଘନ୍ୟ କାଣ୍ଡର ଘୃଣ୍ୟ ଦୃଶ୍ୟକୁ ଅନ୍ୟ ଯାତ୍ରୀମାନେ ଭିଡିଓ ରେକର୍ଡିଂ କରି ଚାଲିଥିଲେ। ଅଥଚ ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ କେହି ଜଣେ ହେଲେ ଆଗେଇ ଆସିନଥିଲେ। ସତେ ଯେମିତି ଏଭଳି ହୀନ ଦୃଶ୍ୟକୁ ଉପଭୋଗ କରିବାରେ ସମସ୍ତେ ବ୍ୟସ୍ତ ଥିଲେ। ଜଣେ ଅଟୋ ଚାଳକ ଏହି ଘଟଣାର ଭିଡିଓ ଚିତ୍ର ସ୍ଥାନୀୟ ଥାନାରେ ଦେଖାଇବା ପରେ ପୁଲିସ ଅଭିଯୁକ୍ତ ମଦ୍ୟପ ବଳାତ୍କାରୀକୁ ଗିରଫ କରିଛି।
ଗତକାଲି ଅପରାହ୍ଣ ୨ଟା ବେଳେ ନୂଆ ରେଳବାଇ କଲାନି ଓ ରେଳଷ୍ଟେସନ୍‌କୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ରାସ୍ତା କଡ଼ରେ ଏହି ଘଟଣା ଘଟିଯାଇଛି।

Panda Mobile only

ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭର ଶିବ ନିଶାସକ୍ତ ଅବସ୍ଥାରେ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା କଡ଼ରେ ସଂପୃକ୍ତ ପୀଡ଼ିିତାକୁ ଦେଖିଥିଲା। ତେବେ କେହି କିଥଛି ବୁଝିବା ଆଗରୁ ଶିବ ଉକ୍ତ ନିରାଶ୍ରୟାଙ୍କୁ ଦୁଷ୍କର୍ମ କରିଚାଲିିଥିଲା। ସେହି ରାସ୍ତା ଦେଇ ଅନ୍ୟମାନେ ଯାଉଥିଲେ ହେଁ ବଳାତ୍କାରୀକୁ କେହି ପ୍ରତିରୋଧ କରିନଥିଲେ। ଅପରପକ୍ଷେ, ମଦ୍ୟପ ଶିବ ଅନ୍ୟମାନଙ୍କୁ ଆକ୍ରମଣାତ୍ମକ ଭଙ୍ଗିରେ ଚାହିଁବାରୁ କେହି କେହି ମଧ୍ୟ ତା ପାଖ ମାଡ଼ିବାକୁ ସାହସ ଜୁଟାଇନଥିଲେ। ତେବେ ଏହାର ଠିକ୍‌ ବିପରୀତ ପାର୍ଶ୍ୱରେ ବସିଥିବା ଜଣେ ଅଟୋ ଚାଳକ ସମ୍ପୃକ୍ତ ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ। ଉକ୍ତ ଭିଡିଓ ରେକର୍ଡିଂକୁ ପୁଲିସକୁ ହସ୍ତାନ୍ତର କରିବା ପରେ ପୁଲିସ ଶିବକୁ ରାତିରେ ଗିରଫ କରିଛି।
ପୀଡ଼ିତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ବୋଲି ଜଣାଯାଇଛି। ସ୍ୱାମୀଙ୍କ ସହ ଝଗଡ଼ା ହେବାପରେ ସେ ଘର ଛାଡ଼ି ଚାଲିଆସିଥିଲେ ଏବଂ ରାସ୍ତାକଡ଼ ଏକ ଗଛତଳେ ଆଶ୍ରୟ ନେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.